ଖେଳ ଓ ଖେଳାଳି ଅନୁଗୁଳ କପ୍ କ୍ରିକେଟ – ୟୁନିଅନ ସ୍ପୋଟିଂ ଚମ୍ପିୟାନ Angul OnlineDecember 25, 2022December 25, 2022 ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ଚାଲିଥିବା ଅନୁଗୁଳ କପ କ୍ରିକେଟ ୨୦୨୨ ର ଫାଇନାଲ୍ ମ୍ୟାଚ୍ ଅନୁଗୁଳ କ୍ରିକେଟ କ୍ଲବ୍ ଓ ୟୁନିଅନ୍ ସ୍ପୋଟିଂ କଟକ ମଧ୍ୟରେ ହୋଇଥିଲା । ଅନୁଗୁଳ କ୍ରିକେଟ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍ ବିନିମୟରେ ୧୩୫ ରନ ସଂଗ୍ରହ କରିଥିଲା । ଦଳର ଦେବେନ୍ଦ୍ର କୁଅଁରଙ୍କ ସର୍ବାଧିକ ୮୧ ରନ୍ ( ୫୭ ବଲ ) କରିଥିଲେ । ୧୩୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ କ୍ରିଜ୍ ରେ ଓହ୍ଲାଇ ଥିବା ୟୁନିଅନ୍ ସ୍ପୋଟିଂର ବ୍ୟାଟସ୍ ମ୍ୟାନ୍ ମାନେ ଅନୁଗୁଳ କ୍ରିକେଟ କ୍ଲବ୍ ର ବୋଲର ମାନଙ୍କୁ ଭୃକ୍ଷେପ ନକରି ୧୭.୫ ଓଭରରେ ୩ ଉଇକେଟ୍ ବିନିମୟରେ ୧୩୮ ରନ୍ ସଂଗ୍ରହ କରି ଫାଇନାଲ୍ ରେ ବିଜୟ ଲାଭ କରିଥିଲେ । ୟୁନିଅନ୍ ସ୍ପୋଟିଂ ର ଅରବିନ୍ଦ ସିଂହ ୬୨ ରନ୍ ( ୪୨ ବଲ୍ ) ଓ ଲିଳାଧର ପ୍ରଧାନ ୫୫ ରନ୍ ( ୪୬ ବଲ୍ ) କରି ଦଳର ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ୟୁନିଅନ ସ୍ପୋଟିଂ ର ଲିଳାଧର ପ୍ରଧାନ ଓ ର ଅରବିନ୍ଦ ସିଂହ ଯଥାକ୍ରମେ ମ୍ୟାନ୍ ଅଫ୍ ଦି ଫାଇନାଲ ଓ ମ୍ୟାନ୍ ଅପ୍ ଦି ଟୁର୍ଣ୍ଣାମେଟ୍ ବିବେଚିତ ହୋଇଥିଲେ । ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ରୌପ୍ୟ ଜୟନ୍ତୀ ପାଳନର ଉଦ୍ଯାପନ ଉତ୍ସବର ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀୟ ଅତିଥି ଭାବେ ଭାରତର ଆର୍ନ୍ତଜାତିକ ପୁର୍ବତନ କ୍ରିକେଟ ଖେଳାଳି ତଥା ବର୍ତମାନର ଦିଲ୍ଲୀ ସାଂସଦ ଶ୍ରୀଯୁକ୍ତ ଗୌତମ ଗମ୍ଭୀର , ସମ୍ମାନୀୟ ଅତିଥି ଓଡିଶା କ୍ରିକେଟ୍ ସଂଘର ଉପସଭାପତି ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଓଡିଶା କ୍ରିକେଟ୍ ସଂଘର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ବେହେରା , ଶ୍ରୀ ଦୁଲାଲ ପ୍ରଧାନ ଓ ଓଡ଼ିଶା କ୍ରିକେଟ୍ ସଂଘର ବହୁ ସଦସ୍ୟ ଯୋଗଦେଇଥିଲେ । ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ତଥା ଓଡିଶା ଆପେକ୍ସ କାଉନସିଲ୍ ମେମ୍ବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ , ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତ , ଶ୍ରୀଯୁକ୍ତ ସଞ୍ଜୟ ବେହେରା ଚାମ୍ପିୟନ୍ ଦଳକୁ ୧ଲକ୍ଷ ଟଙ୍କାର ଓ ରନର୍ସ ଅପ୍ ଦଳକୁ ୭୫ ହଜାର ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁଗୁଳରେ କ୍ରିକେଟ୍ ଉନ୍ନତି ନିମନ୍ତେ ଏକ ଷ୍ଟାଡିୟମ୍ ର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଆଗାମି ଦିନରେ ଅନୁଗୁଳ ଜିଲ୍ଲାରେ ରଣଜୀ ଟ୍ରଫି ମ୍ୟାଚ୍ କରାଯିବାନେଇ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ୪୦ ଟି କ୍ରିକେଟ୍ କ୍ଲବ୍ କୁ କ୍ରିକେଟ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ସମସ୍ତ ସଦସ୍ୟ ଓ ଅନୁଗୁଳ କପ୍ ୨୦୨୨ର ସମସ୍ତ ଆୟୋଜକ ଓ କର୍ମକର୍ତା ଉପସ୍ଥିତ ଥିଲେ । Advertisement
ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ…
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ – ଇସ୍ତଫା ଦେଲେ କୋଷାଧକ୍ଷ ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ ଦେଖା ଦେଇଛି । ଆସୋସିଏସନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି…