ଅନୁଗୋଳ – ୧୧ ତାରିଖ ଦିନ ହେମସୁରପଡା ଦୁର୍ଗାପୂଜା କମିଟିର ଚଳିତ ବର୍ଷ (୨୦୨୬ – ୨୭) ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ହେମସୁରପଡ଼ା ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟବୟ ଉପସ୍ଥାପନା କରଯାଇଥିଲା। ଏହାପରେ ଅସ୍ଥାୟୀ ସଭାପତି ହେମନ୍ତ
ଜେନାଙ୍କ ଅଧକ୍ଷତା ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଚଳିତ ବର୍ଷ ହେମସୁରପଡା ଦୁର୍ଗାପୂଜା ପାଇଁ ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ, ଉପସଭାପତି ସଞ୍ଜୟ ସାହୁ , ଦ୍ୱିତୀୟ ଉପ ସଭାପତି ସୁଶାନ୍ତ କୁମାର ଜେନା,ତୃତୀୟ ଉପ ସଭାପତି ଭାବେ ରାମଚନ୍ଦ୍ର ଜେନା,ସାଧାରଣ ସମ୍ପାଦକ ଭାବେ ଶାନ୍ତନୁ ସ୍ୱାଇଁ, ୩ ଜଣ ସହସମ୍ପଦକ ଅଶ୍ୱିନୀ ଦଳବେହେରା,ସୁଜିତ କୁମାର ବେହେରା, ସଞ୍ଜୟ ଦଳବେହେରା ଏବଂ କୋଷାଦକ୍ଷ ଭାବେ ପଦ୍ମ ଲୋଚନ
ଦଳବେହେରାଙ୍କୁ ଚୟନ କରାଯାଇଥିଲା।ଏହାଛଡା ଉପଦେଷ୍ଟା ଭାବେ ବ୍ରହ୍ମାନନ୍ଦ ସ୍ୱାଇଁ,ବିଶେଶ୍ୱର ସାହୁ, ଶୁଭ୍ରାଂଶୁ ପ୍ରଧାନ,ମୁନୁ ଭୋଇ, ମୋନରଞ୍ଜନ ଦାସ ,ବାବାଜୀ ରାଉତ ଚୟନ କରାଯାଇଛି।ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ସହିତ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ନୂତନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।ହେମସୁରପଡା ଦୁର୍ଗାପୂଜା ଭାଇଚାରା ଭାବରେ ୬୨ ରୁ ଉର୍ଦ୍ଧ ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଦୁର୍ଗାପୂଜା, ସଂସ୍କୃତିକୁ କାର୍ଯ୍ୟକ୍ରମ ସହିତ ରାବଣ ପୋଡ଼ି ଭବ୍ୟ ଭାବରେ ଅନୁଷ୍ଠିତ ହେବ।ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ୩୦ ଲକ୍ଷ୍ୟ ଅଟକଳ ରଖାଯାଇଛି ବୋଲି ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରୁଛନ୍ତି।


