ଅପରାଧ ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ତ୍ରୀ । ଆଉ ଗୁରୁତର ଅବସ୍ଥାରେ ସ୍ଵାମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଗୋଳାଗାଡିଆର ଅରୁଣ ମିଶ୍ର ନାମକ ଜଣେ ବ୍ୟକ୍ତି ଘର ଖର୍ଚ୍ଚ ପାଇଁ ନିଜ ସ୍ତ୍ରୀ ଠାରୁ ୧ ହଜାର ଟଙ୍କା ନେଇଥିଲେ । ତେବେ ଆଜି ସକାଳେ ସ୍ଵାମିକୁ ସେହି ଟଙ୍କା ଫେରାଇବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ଏହାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା । ତେବେ ଏହି କଳହ ବେଳେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏକ ଟାଙ୍ଗିଆରେ ସ୍ବାମୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟ ଅରୁଣଙ୍କ ଅଣ୍ଟାରେ ବାଜିବା ଫଳରେ ସେ ସେଠାରେ ପଡି ଯାଇଥିଲେ । ପରିବାର ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଆକ୍ରମଣ କରିବା ପରେ ସ୍ତ୍ରୀ ଘରୁ କେଉଁଆଡେ ପଳାଇ ଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…