ମୁଖ୍ୟ ଖବର ନାଳରୁ ନରକଙ୍କାଳ ଉଦ୍ଧାର Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି କଙ୍କାଳଟି ଗତ ୧୩ ତାରିଖରେ ନାଳରେ ଭାସି ଯାଇଥିବା ବାଘୁଆପାଟ ଗ୍ରାମର ନରେଶ ଗୋଛୟତଙ୍କର ବୋଲି ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ମଧୁପୁର ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପାଖରେ ରହି ୬ ମାସ ହେଲା ବାଘୁଆପାଟ ଗ୍ରାମର ନରେଶ ଗୋଛୟତ ମଇଁଷି ଚରାଉଥିଲେ । ଗତ ୧୩ ତାରିଖରେ ସେ ମଇଁଷି ଚରାଇ ଫେରୁଥିବା ବେଳେ ଏହି ନାଳରେ ଭାସିଯାଇଥିଲେ । ଗାଁ ଲୋକ ତାଙ୍କୁ ଏହି ନାଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଅନୁଗୁଳ ଦମକଳ ବାହିନୀ ଦୁଇଦିନ ଧରି ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଫଳରେ ମାଲିକ ପ୍ରଶାନ୍ତ ପ୍ରଧାନ ଏନେଇ ୧୪ ତାରିଖରେ ବନ୍ତଳା ଥାନାରେ ନରେଶଙ୍କ ନିଖୋଜ ସମ୍ପର୍କରେ ବନ୍ତଳା ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଭୋକିଲାପାଳ ଦେଇ ବୋହିଯାଉଥିବା ବଉଳିନାଳ ନିକଟ ବୁଦା ମୂଳରେ ଏକ ନର କଙ୍କାଳ ଠାବ ହୋଇଥିଲା । ଏହା ନରେଶଙ୍କର ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ । ଲୋକ ପୁଲିସକୁ ଏ ନେଇ ଖବର ଦେଇଥିଲେ ମଧ୍ୟ ଆଜି ପୁଲିସ ଯାଇ ନଥିବା ବେଳେ ଆସନ୍ତା କାଲି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବ ବୋଲି ଜଣା ପଡିଛି । Advertisement
ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ…
ଇଏସଆଇ ମେଡିକାଲ ଲୋକାର୍ପଣ ଅନୁଗୁଳ – ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଉଦଘାଟନ ହୋଇ ଯାଇଛି । ଏହି ଡାକ୍ତରଖାନା ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ…
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…