ମୁଖ୍ୟ ଖବରସ୍ୱାସ୍ଥ୍ୟ ୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା Angul OnlineFebruary 6, 2021February 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ ୭୧୧ଜଣ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଅଛି । ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଥମେ ଏହି ଟିକା ଗ୍ରହଣ କରିଥିଲେ । ପରେ ପରେ ଡି . ଆଇ.ଜି ଡ଼ ସାର୍ଥକ ଷଢଙ୍ଗୀ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଜଗମୋହନ ମୀନା ଏହି ଟିକା ଗ୍ରହଣ କରିଥିଲେ । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ବିଶ୍ରାମ ନେଇଥିଲେ । ଟିକାକରଣ ସରକାରଙ୍କ ଏକ ବଡ ପଦକ୍ଷେପ । ସୁଯୋଗ ମିଳିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଅନୁଗୁଳ ସହରାଞ୍ଚଳରେ ୧୦୫ ଜଣ , ଅନୁଗୁଳ ବ୍ଲକ ରେ ୬୭ , ଛେଣ୍ଡିପଦା ବ୍ଲକରେ ୧୩୮ , କିଶୋରନଗର ବ୍ଲକରେ ୬୦ , ଆଠମଲ୍ଲିକ ବ୍ଲକରେ ୧୨୯ , ତାଳଚେର ବ୍ଲକରେ ୫୯ ଓ ପାଲଲହଡ଼ାରେ ୧୫୩ ଜଣ କର୍ମଚାରୀ ଟିକା ନେଇଛନ୍ତି । ଏହାସହିତ ୫୨ ଜଣ ସ୍ଵାସ୍ଥ୍ୟ କର୍ମଚାରୀ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହିସବୁ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ ସ୍ଥାନ ଚୟନ କରାଯାଇ ପ୍ରତୀକ୍ଷା ସ୍ଥାନ , ଟିକାକରଣ କକ୍ଷ ଓ ଏକ ନିରୀକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ ଅଭୟ କୁମାର ଦାସ , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବିଶ୍ବ ରଞ୍ଜନ ରଥ ତଥା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ପରିଚାଳନା କର୍ମକର୍ତ୍ତା ଟିକାକରଣ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ । ଆଜିର ଦିନରେ କୌଣସି ଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । Advertisement
ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ…
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…
ବାରୁଆଁ ପାହାଡ଼ରେ ପୂର୍ବତଟ ରେଳପଥର ଲମ୍ୱା ଟନେଲ ଭୁବନେଶ୍ବର – ମାଇଲ ଖୁଣ୍ଟ ହାସଲ କରିଛି ପୂର୍ବତଟ ରେଳପଥ । ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ…