ଅପରାଧମୁଖ୍ୟ ଖବର ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ Angul OnlineFebruary 6, 2021February 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା । ଆଜି ପୁଣି ଆଉ ଏକ ନକଲି ସାମଗ୍ରୀ ତିଆରି କାରଖାନା ଠାବ କରା ଯାଇଛି । ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ଆଜି ରାତି ପ୍ରାୟ ୯ ଟା ବେଳେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ , ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରା ଯାଇଛି । ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଆଜି ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୁଳ ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସଦଳବଳ ଚଢ଼ାଉ କରିଥିଲେ । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି । Advertisement
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…
ନବବଧୂଙ୍କୁ ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ…