“ଆତ୍ମୀୟ” ସ୍ବେଚ୍ଛାସେବୀ ସଂଗଠନର ଶୁଭାରମ୍ଭ କାର୍ଯ୍ଯକ୍ରମ

ଅନୁଗୋଳ – ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଦିନ ଅନୁଗୋଳ ଜିଲ୍ଲାରେ “ଆତ୍ମୀୟ” ନାମକ ଏତ ନୂତନ ସ୍ବେଚ୍ଛାସେବୀ ସଂଗଠନର ଶୁଭାରମ୍ଭ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପରିକଳ୍ପନା କରିଥିବା ତଥା ଆବାହକ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି ଶୁଭାରମ୍ଭ କାର୍ଯ୍ଯକ୍ରମ ଶୈଳଶ୍ରୀକ୍ଷେତ୍ର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ପ୍ରେରକ ବ୍ଯକ୍ତି ସୁଶାନ୍ତ ତ୍ରିପାଠୀ ଓ ପର୍ଶୁରାମ ଦାଶ୍ “ଆତ୍ମୀୟ” ସଂଗଠନର ଲକ୍ଷ୍ଯ, ଉଦ୍ଦେଶ୍ଯ ଓ ଭବିଷ୍ଯ କାର୍ଯ୍ଯାବଳୀ ସମ୍ବନ୍ଧରେ ସମ୍ଯକ ବିବରଣୀ ଉପସ୍ଥାପନା କରିଥିଲେ । ସଂଗଠନ ଟି ମୁଖ୍ଯତଃ ଗ୍ରାମାଂଚଳରେ ଜନ ସ୍ବାସ୍ଥ୍ଯ ସଚେତନତା ସୃଷ୍ଟି କରିବା ସହ ଅତି ଗରିବ, ଅସହାୟ ଓ ନିରାଶ୍ରୟ ରୋଗୀଂକ ଆତ୍ମୀୟ ଭାବେ କାର୍ଯ୍ଯ କରିବ ବୋଲି ଆବାହକ ପ୍ରତାପ ମହାପାତ୍ର ଜଣାଇଥିଲେ । ସ୍ବେଚ୍ଛାସେବୀ ସାନ୍ତନୁ ସ୍ବାଇଁ, ଜୟନ୍ତ କୁମାର କର, ଆଦ୍ଯାଶ୍ଳୋକ ମିଶ୍ର, ରୁକେଶ ରୋଷନ ଦାସ୍, ବିଶ୍ବଜିତ୍ ବିଶ୍ବାଳ, ସତ୍ଯସୁନ୍ଦର ଦାସ୍ ଆଦି ଅନେକ ଶୁଭେଚ୍ଛୁ ସଂଗଠନକୁ ସହଯୋଗ କରିବା ସହ ସଂଗଠନର ସାଥୀ ହେବାକୁ ସମର୍ଥନ ଜଣାଇଥିଲେ । ଶୈଳଶ୍ରୀକ୍ଷେତ୍ର ସମ୍ମୁଖରେ ଚତୁର୍ଧାମୂର୍ତ୍ତୀଂକ ଆଶୀର୍ବାଦ ଭିକ୍ଷା କରି ସଂଗଠନର ଉଜ୍ଜଳ ଭବିଷ୍ଯତ ପାଇଁ ସମସ୍ତେ କାମନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page