ମୁଖ୍ୟ ଖବର ବଜ୍ରପାତରେ ନାବାଳକ ମୃତ Angul OnlineJuly 22, 2021July 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର ରମେଶ ମାଝିଙ୍କ ୧୫ ବର୍ଷୀୟ ପୁଅ ମହେଶ ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ମହେଶ ସାଇକେଲରେ ଜୟପଙ୍ଗା ଗ୍ରାମରୁ ନିଜ ଗ୍ରାମ ଶିଙ୍କୁଳାପାଟକୁ ଫେରୁଥିବାବେଳେ ଜୟପଙ୍ଗା ଓ ଶିଙ୍କୁଳାପାଟ ଗ୍ରାମ ମଝିରେ ଥିବା ବିଲମାଳ ଠାରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମହେଶ ଚେତାଶୁନ୍ୟ ହରାଇ ପଡିଯାଇଥିଲେ । ପରିବାର ଲୋକ ଘଟଣା ସ୍ଥଳରୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘେଷଣା କରିଥିଲେ । ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଅବେଳେ ମହେଶଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି । Advertisement
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ କାରାଦଣ୍ଡ ଅନୁଗୁଳ(ଅନୁଗୁଳ ଅନଲାଇନ୍) -୨୧/୦୯ – ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତ ଗୁରୁବାର ଜଣେ ଜଣେ ୭୩ ବର୍ଷର ଦୁଷ୍କର୍ମକାରୀଙ୍କୁ ୫…
ନଦୀରେ ଫୋପାଡି ଦେଲେ ମୃତ ଶିଶୁକନ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…