ଆଞ୍ଚଳିକ ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର Angul OnlineJuly 22, 2021July 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଳକ ସମେତ ୪ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି(ଗୁରୁବାର) ସକାଳ ୭ ଟାରେ ଠାକୁରଗଡ଼ ଅଞ୍ଚଳରୁ ଓଡ଼ି-୧୯-ଏଲ-୫୮୪୫ ନମ୍ବରର ଏକ କାର ରୋଗୀ ନେଇ ଅନୁଗୁଳ ଆସୁଥିଲା । ତେବେ ଭାଗିରଥୀପୁର ଗ୍ରାମ ନିକଟରେ ବିପରୀତ ପଟୁ ଆସୁଥିବା ମୋଟରସାଇକେଲ ହଠାତ କାର ସମ୍ମୁଖକୁ ପଳେଇ ଆସିଥିଲା । ସେହି ମୋଟାରସାଇକେଲକୁ ବଞ୍ଚେଇବାକୁ ଯାଇ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ତଦନ୍ତ କରୁଛି । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୋଳ – ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ତିଆରି ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି…
ଇକୋ ପାର୍କ ସମେତ ଅନ୍ୟାନ୍ୟ ପାର୍କର ହେବ ନବୀକରଣ ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି…