ଆଞ୍ଚଳିକ ଜଳିଗଲା ନନା ଜଳଖିଆ ଦୋକାନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ପୁରୁଣା ଓ ପ୍ରସିଦ୍ଧ ଜଳଖିଆ ଦୋକାନ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବସଷ୍ଟାଣ୍ଡ ନିକଟରେ ଥିବା ନନା ଜଳଖିଆ ଦୋକାନରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ସେତେବେଳକୁ ଗ୍ରାହକ କେହି ନଥିବା ବେଳେ ପ୍ରାୟ ୧୫ ଜଣ କର୍ମଚାରୀ ଭିତରେ ଜଳଖିଆ ପ୍ରସ୍ତୁତ କରୁଥିଲେ । ତେବେ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ସମ୍ପୂର୍ଣ୍ଣ ହୋଟେଲ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡ ଏତେ ଜୋରରେ ହୋଇଥିଲା ଯେ ସେହି ରାସ୍ତା ଦେଇ ଯିବା ଆସିବା ଅଧା ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରି ପାରିଥିଲା । ଜଳଖିଆ ଦୋକାନ ପାଖରେ ଏକ କେବିନରେ ୱେଲଡିଂ କରାଯାଉଥିବା ବେଳେ ସେହି ୱେଲଡିଂ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । Advertisement
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…