ଅପରାଧ କାର ପୋଡ଼ିଦେଲେ ଦୁବୃତ୍ତ Angul OnlineAugust 26, 2024August 26, 2024 ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା ଅନୁସାରେ ଗତକାଲି ଗାଁର ନରେନ କୁମାର ସାହୁଙ୍କ ଘର ଆଗରେ ଦୁଇ ତିନି ଜଣ ମଦ୍ୟପ ଯୁବକ ବସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଏହା ଦେଖି ନରେନ ଆସି ସେମାନଙ୍କୁ ବାରଣ କରିବାରୁ ମଦ୍ୟପ ଯୁବକ ମାନେ ନରେନଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ତେବେ ରାତିରେ ନରେନଙ୍କ ପରିବାର ଶୋଇଥିବା ବେଳେ ତାଙ୍କ ଗ୍ୟାରେଜରେ ଥିବା କ୍ୱିଡ଼ କାରଟି ଜଳି ଯାଉଥିବା ଦେଖିଥିଲେ । ସେ ନିଜେ ଦୌଡ଼ି ଆସି କାରଟିକୁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ନିଆଁ ଆୟତ ହେବା ବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇ ସାରିଥିଲା । ତେବେ ନରେନ ପରେ ଘର ନିକଟରେ ଥିବା ସି ସୁ ଟିଭି ଜାଞ୍ଚ କରି ଦେଖିବାରୁ ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଦୁଇ ଜଣ ଯୁବକ ପଶୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ବଅଁରପାଳ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏ ନେଇ ତଦନ୍ତ କରୁଛି । Advertisement
ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଆସିଆଇ ବ୍ୟାଙ୍କରୁ ଜୈନେକ ହିତାଧିକାରୀଙ୍କ ଖାତାରୁ ୯ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ…
୨ ଦୁର୍ଦାନ୍ତ ଅପରାଧୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍…
ଝାଡ଼ଖଣ୍ଡରୁ ଗିରଫ ହେଲା ସାଇବର ଲୁଟେରା ଅନୁଗୁଳ – ସମଗ୍ର ରାଜ୍ୟରେ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ସାଇବର କ୍ରାଇମକୁ ଚିହ୍ନଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସ୍ୱତନ୍ତ୍ର…