ଅପରାଧ ଲଭ , ସେକ୍ସ , ଧୋକା – ଯୁବକ ଗିରଫ Angul OnlineAugust 26, 2024August 26, 2024 ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ । ଏଭଳି ଅଭିଯୋଗ ଯୁବତୀ ଅନୁଗୁଳ ଥାନାରେ କରିବା ପରେ ପୁଲିସ ପ୍ରେମିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଠାକୁରଗଡ଼ ଖଇରସାହିର ସୁନୀଲ କୁମାର ବେହେରା । ସୂଚନା ଅନୁସାରେ, ବନ୍ତଳା ଥାନା ଅଂଚଳର ଜଣେ ଯୁବତୀ ଠାକୁରଗଡ଼କୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଏହି ଯୁବତୀଙ୍କୁ ସୁନୀଲ ଦେଖିବା ପରେ ପ୍ରେମ ନିବେଦନ କରିଥିଲା । ହେଲେ ଯୁବତୀ ଜଣଙ୍କ ମନା କରି ଦେଇଥିଲେ । ପରେ ସୁନୀଲ ଯୁବତୀଙ୍କ ମୋବାଇଲ ଫୋନ୍ ନମ୍ବର ସଂଗ୍ରହ କରି କଥା ହେବାକୁ ଚେଷ୍ଟା କରିଥିଲା । ସାଙ୍ଗ ଭାବେ କଥା ହେବା ପରେ ପୁଣି ପ୍ରେମ ନିବେଦନ କରିଥିଲା । ଏପରିକି ସେ ମନା କରିଦେଲେ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ । ବାରମ୍ବାର ସୁନୀଲର ପ୍ରେମ ନିବେଦନ ଆଉ କଥାରେ ଭଳି ଯାଇଥିଲେ ଯୁବତୀ । ଫଳରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ଵ ବଢିଥିଲା । ଏ ଭିତରେ ଯୁବତୀଜଣଙ୍କ ଅନୁଗୁଳର ଏକ ସପିଂ ମଲ୍ରେ କାମ କରୁଥିଲା ବେଳେ ସୁନୀଲ ବି ଅନୁଗୁଳ ଆସି ଅନ୍ୟ ଏକ ଦୋକାନରେ କାମ କଋଥିଲେ। ସେ ଯୁବତୀଙ୍କୁ ନେଇ ଅନୁଗୁଳର ବ୍ରାହ୍ମଣୀଦେଇପଡ଼ାରେ ଏକ ଘରେ ରହିବାକୁ ବାଧ୍ୟ କରିଥିଲେ। ଯୁବତୀ ଜଣଙ୍କ ମନା କରିବାରୁ ପରିବାର ସହ ରହିବା ପାଇଁ କହିଥିଲେ । ଏହି ସମୟରେ ଦିନେ ଯୁବତୀଙ୍କୁ ଏକୁଟିଆ ପାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏଥିରେ ଭୟଭୀତ ହୋଇ ଯୁବତୀ ଜଣଙ୍କ ଘରକୁ ଚାଲିଯିବେ ବୋଲି କହିଥିଲେ । କିନ୍ତୁ ବିବାହର ପ୍ରତିଶ୍ରୁତି ନେଇ ସେ ତାଙ୍କୁ ପାଖରେ ରଖିଥିଲା । ପାଖାପାଖି ୨ ବର୍ଷ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । ଏବେ କିନ୍ତୁ ବିବାହ କରିବାକୁ ଯୁବକ ଜଣଙ୍କ ମନା କରି ଦେଇଛି । ଏହା ପରେ ଯୁବତୀ ଜଣଙ୍କ ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ…
ସ୍ତ୍ରୀକୁ ହତ୍ୟା ଘଟଣା, ପୁଲିସ ହତ୍ୟାକାରୀ ସ୍ୱାମୀକୁ ନେଇ କଲା ସିନ୍ ରିକ୍ରିଏସନ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ ।…