ଅପରାଧ ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜିଜୁଦାରୁ ଗାଁର ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଚାରୋଟି ମୋବାଇଲ ଜବତ କରା ଯାଇଛି । ସୂଚନା ଅନୁସାରେ ଘୁଞ୍ଚାପାଳ ଗାଁ ର ବିଷ୍ଣୁ ନାଏକ ନାମକ ଜଣେ ବ୍ୟକ୍ତି ହାଟ କରିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ କରିବା ପରେ ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରାକୁ ଧରିବାରେ ସଫଳ ହେବା ସହ ୪ ଟି ଚୋରା ମୋବାଇଲ ଜବତ କରିଥିଲା । Advertisement
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …
ବ୍ରିଜ ତଳୁ ବୁବୁ ଭଞ୍ଜର ମୃତଦେହ ଉଦ୍ଧାର – ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ…
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…