ଅପରାଧ ୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ Angul OnlineDecember 19, 2024December 19, 2024 ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖ ଦିନ ପାତେଳି ଗାଁ ର ଦେବାଶିଷ ଦେହୁରି ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ପ୍ରଧାନଙ୍କୁ ତାଙ୍କ ଗାଁ ଜରାସିଂହା ଗାଁକୁ ମୋଟରସାଇକେଲରେ ଛାଡିବାକୁ ଯାଉଥିଲେ । ତେବେ ସେମାନେ ଅନୁଗୁଳ ଟାଉନ ହାଇସ୍କୁଲ କେନାଲ ରୋଡ ହୋଇଥିବା ବେଳେ ହଠାତ ୪ ଜଣ ଯୁବକ ହାତରେ ବାଡି ଧରି ସେମାନଙ୍କୁ ଅଟକାଇବା ସହ ପାଖରେ ଥିବା ଟଙ୍କା ଓ ସୁନା ଦେବାକୁ ବାଧ୍ୟ କରିଥିଲେ । ଏପରିକି ତାଙ୍କୁ ଏକ ଚାପୁଡା ମାରି ଟଙ୍କା ସୁନା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଦେବାଶିଷ ଓ ଅରିଜିତ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେବାଶିଷଙ୍କ ବେକରୁ ଚେନ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ । ଏ ନେଇ ଦେବାଶିଷ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ତଦନ୍ତ କରି ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପହରାଉଚରା କରିବା ବେଳେ ସେମାନେ ଏହି ଚେନ ଅନ୍ୟ ଜଣଙ୍କୁ ବିକ୍ରି କରି ଟଙ୍କା ଆଣିବା ପରେ ଟଙ୍କା ଭାଗ କରି ନେଇଥିବା ସ୍ଵୀକାର କରିଥିଲେ । ଏଥିପାଇଁ ପୁଲିସ ୪ ଜଣ ଲୁଟେରା ସହ ଚେନ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମାନଙ୍କ ନିକଟରୁ ସୁନା ଚେନ , ଗୋଟିଏ ମୋଟରସାଇକେଲ ଜବତ କରିଛି । Advertisement
ଭାଇକୁ ପିଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଆଠମଲ୍ଲିକ – ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ । ସମ୍ପର୍କୀୟ ଭାଇକୁ ପିଟି ହତ୍ୟା ଭାଇ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକରୁ ବୌଦ୍ଧ ଯାଇଥିବା ୬୨ ନମ୍ବର…
ଟାଙ୍ଗିଆରେ ପତ୍ନୀଙ୍କୁ ହାଣି ହତ୍ୟା – ସ୍ୱାମୀ ଗିରଫ ବଇଣ୍ଡା – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ପତ୍ନୀ ରଇବାରି ଦେହୁରୀଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର ଦେହୁରୀ ଏକ ଟାଙ୍ଗିଆ ରେ ହାଣି ହତ୍ୟା…
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ…