ଅପରାଧ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineMay 8, 2022May 8, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିଚନ୍ଦନପୁର ଗ୍ରାମ ନିକଟସ୍ଥ ଥିବା ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କୁନ୍ତୁ ସାହୁଙ୍କ ପୁଅ ରାଜା ସାହୁ । ସୂଚନା ଅନୁସାରେ , ଆଜି କିଛି ଲୋକ ସେହି ବାଟ ଦେଇ ଯାଉଥିବା ବେଳେ ରାଜାଙ୍କ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ରାଜାଙ୍କ ପରିବାର ଲୋକେ ଆସି ଏହା ରାଜା ବୋଲି ଚିହ୍ନଟ କରିବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କାଲି ଦିନ ମଧ୍ୟାହ୍ନରୁ ରାଜାଙ୍କୁ ସେମାନେ ଖୋଜୁଛନ୍ତି କିନ୍ତୁ ପାଇନଥିଲେ । କିପରି ଆଉ କେଉଁ ପରିସ୍ଥିତିରେ ରାଜାଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । Advertisement
ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୯୦ହଜାର ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜାମ୍ବୁନାଲି ଛକ ନିକଟରେ ଜଣେ ମେଡିସିନ ପ୍ରତିନିଧିଙ୍କ ଠାରୁ ବନ୍ଧୁକ ମୁନରେ ୯୦ହଜାର…
ଲାଭ ଆଶାରେ ଟ୍ରେଡିଂ ଆପରେ ଟଙ୍କା ଲଗାଇ ୫୨ ଲକ୍ଷ ଟଙ୍କା ଠକେଇର ଶିକାର ଅନୁଗୁଳ – ଅନୁଗୁଳର ଜଣେ ବ୍ୟବସାୟୀ ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇ ଠକାମୀର ଶିକାର ହୋଇଛନ୍ତି । ଲୁଟେରା ମାନେ ତାଙ୍କ ପାଖରୁ ୫୨…
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…