ମୁଖ୍ୟ ଖବର ପୁଲିସର ଥାର୍ଡଡିଗ୍ରୀରେ ବୃଦ୍ଧ ଗୁରୁତର Angul OnlineMay 8, 2022May 8, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରୀ ନିର୍ଯାତନା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ , ଆଠମଲ୍ଲିକ ଥାନା ଯଦୁପୁର ଗାଁର ମଦନ ସାହୁ ପ୍ରାୟ ୧୫ ଦିନ ତଳେ ଗାଁର ମୋହନ ଜାଲଙ୍କୁ ୨୦ ହଜାର ଟଙ୍କାରେ ୫ଟି ଛେଳି ବିକ୍ରି କରିଥିଲେ । କିନ୍ତୁ ମୋହନ ଛେଳିକୁ କିଛି ଦିନ ରଖିବା ପରେ ସେମାନେ ରୋଗିଣା ବୋଲି କହି ଫେରାଇବା ସହ ଟଙ୍କା ଫେରାଇବାକୁ ଅଡ଼ି ବସିଥିଲେ । ଏଥିରେ ମଦନ ରାଜି ନ ହେବାରୁ ଦୁଇ ଭାଇ ମୋହନ ଓ ମୁରଲୀଙ୍କ ସହ ମଦନଙ୍କ ସହ ଝଗଡା ହୋଇଥିଲା । ପରେ ମୋହନ ଓ ମୁରଲୀ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ମଦନକୁ ଥାନାକୁ ଡ଼ାକିଥିଲା । ତେବେ ଥାନାରେ ତାଙ୍କୁ ପଚରାଉଚରା ଆଳରେ ନିର୍ଦ୍ଧୁମ ମାଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମଦନଙ୍କୁ ପ୍ରବଳ ମାଡ ହେବା ଫଳରେ ତାଙ୍କ ପିଠି ଓ ଛାତିରେ ଗଭୀର ଆଘାତ ଲାଗିଛି । ମଦନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ରାତି ଦୁଇଟାରେ ତାଙ୍କ ଅବସ୍ଥା ବିଗିଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ପୁଲିସର ଏଭଳି ଆଚରଣ ନେଇ ପୀଡିତ ପରିବାର ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପଟେ ଏ ଘଟଣାରେ ଆଠମଲ୍ଲିକ ପୁଲିସ ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଥିବା ଜଣାଯାଇଛି । Advertisement
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର…
ସିରିଜ ଦୁର୍ଘଟଣା ଘଟାଇ ଦୋକାନ ଭିତରେ ପଶିଗଲା ବୋଲେରୋ – ତିନି ଆହତ ଅନୁଗୁକ – ଅନୁଗୁଳ ଖଣ୍ଡହତା ନିକଟରେ ପୁଣି ଏକ ଦୁର୍ଘଟଣା । ମଧ୍ୟାହ୍ନରେ ଏକ କାର ଦୁର୍ଘଟଣାରେ ଅଟୋରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…