ମୁଖ୍ୟ ଖବର ଦୁର୍ଘଟଣା ନେଲା ତିନି ଜୀବନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତ ଗୁରୁବାର ଦିନ ବଡହିସଁର ଗ୍ରାମର ସିଦ୍ଧାନ୍ତ ବେହେରା ନାମକ ଜଣେ ଯୁବକ ଜରାସିଂହା ଗ୍ରାମକୁ ରଙ୍ଗ କାମ କରି ଆସିଥିଲେ । ସେ ସାଇକେଲରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସିଦ୍ଧାନ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହିଦିନ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ହେଲେ ପରିବାର ଲୋକଙ୍କ ଅର୍ଥ ଅଭାବ ରହିଥିବାରୁ ଅଧିକ ଚିକିତ୍ସା ପାଇଁ ସିଦ୍ଧାନ୍ତଙ୍କୁ କଟକ ନେଇ ନପାରି ଘରକୁ ନେଇ ଯାଇଥିଲେ । ଘରେ କିଛି ସମୟ ରହିବା ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଆଜି ସିଦ୍ଧାନ୍ତ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସେହିଭଳି କଣିହାଁ ଥାନା ଝରାବେରେଣି ଗାଁ ନିକଟରେ ମୋଟରସାଇକେଲକୁ ଏକ ମିନିଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହନୁମାନପୁର ଗାଁର ବବୁନ ମିଶ୍ର ବୋଲି ଜଣା ପଡିଛି । ସେ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଲି ବୋଝେଇ ମିନିଟ୍ରକ ତାଙ୍ଖୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବବୁନଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଛେଣ୍ଡିପଦା ଥାନା କୋଶଳା ନର୍ସରୀ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ତୁଳସିପାଳ ଗାଁର ରଣଜିତ୍ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ଶାନ୍ତିଲତା ମହାପାତ୍ର ଆଜି ମୋଟରସାଇକେଲରେ ପୋଡାପଡା ଯାଇଥିଲେ । ସେଠାରୁ ଫେରିବା ସମୟରେ କୋଶଳାଠାରେ ଏକ ପିକଅପ ଭ୍ୟାନ ସେମାନକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଶାନ୍ତିଲତାଙ୍କର ମୃତ୍ୟୁ ହୋଇଥିବା ବେଳେ ରଣଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । Advertisement
ସଫେଇ କର୍ମଚାରୀ ଦେଲେ ସାଲାଇନ – କାର୍ଯ୍ୟାନୁଷ୍ଠାନ ଦାବି ଛେଣ୍ଡିପଦା – ବାଃ ବାଃ ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଡାକ୍ତର ନାହିଁ କି ନର୍ସ ନାହିଁ ସଫେଇ କର୍ମଚାରୀ ଦେଉଛନ୍ତି ସାଲାଇନ । ଏଭଳି ଘଟଣା…
ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video) ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…