ମୁଖ୍ୟ ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ Angul OnlineDecember 19, 2024December 19, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ ପୁଅର ଜୀବନ ଚାଲି ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରୋହିତ ରାଠୋର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ମନୀଷା ସାଆ ଓ ୩ ବର୍ଷର ପୁଅ ହର୍ଷଦ ରାଠୋର ସହ ମୋଟରସାଇକେଲରେ କଣ୍ଟାବଣିଆ ଆଡୁ ବଅଁରାପାଳ ଆଡକୁ ଯାଉଥିଲେ । ନୁଆଁହତା ଓଭରବ୍ରିଜ ତଳେ ହୋଇଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ବାପା ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକ ସହାୟତାରେ ତାଙ୍କୁ ଡାକ୍ତରଖାନାକୁ ପଠା ଯାଇଛି । ତେବେ ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…
ଅଗ୍ନିକାଣ୍ଡରେ ନବସନ୍ଦା କାର୍ଯ୍ୟାଳୟ ଭସ୍ମୀଭୂତ ଛେଣ୍ଡିପଦା – ଜଳିଗଲା ନବସନ୍ଦାମାନଙ୍କ କାର୍ଯ୍ୟାଳୟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ତହସିଲ ଅଫିସ ନିକଟରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ଭୋର ୩ ଟା ସମୟରେ ଅଗ୍ନିକାଣ୍ଡ…