ଆଞ୍ଚଳିକ କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର Angul OnlineDecember 4, 2024December 4, 2024 ଅନୁଗୁଳ – ଅନୁଗୁଳ ସହରର ଏକ ଘରୋଇ ନର୍ସିଙ୍ଗ ହୋମ ଆଗରେ ଥିବା କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ସେଠାରେ ନବଜାତ ଶିଶୁଟି କାନ୍ଦୁ ଥିବା ଦେଖି ନର୍ସିଙ୍ଗ ହୋମର ଡାକ୍ତର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରି ଶଙ୍କର ବେହେରା ତୁରନ୍ତ ସେଠାରେ ପହଞ୍ଚି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଅନୁଗୁଳର ମ୍ୟାନେଜର ସୁଦର୍ଶନ ପରିଡାଙ୍କୁ ଫୋନ ଯୋଗେ ଡ଼ାକିଥିଲେ । ସେ ତାଙ୍କ ଆୟା ସହିତ ଉକ୍ତ ସ୍ଥାନରେ ପହଞ୍ଚି ଶିଶୁଟିକୁ ଗ୍ରହଣ କରିଥିଲେ । ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଥିବାର ଗୌରି ଶଙ୍କର ବେହେରା କହିଛନ୍ତି । ଏହାପରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯାଇ ଶିଶୁଟିକୁ ବର୍ତମାନ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଅନୁଗୁଳରେ ରଖାଯାଇଅଛି । ଏହାପରେ ଆଇନ ଅନୁଯାୟୀ ଶିଶୁର ପରବର୍ତୀ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଅନେକ ସମୟରେ ନବଜାତ ଶିଶୁ ମାନଙ୍କୁ ଫୋପାଡ଼ି ଦିଆ ଯାଉଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ବନ୍ଦ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବିଭିନ୍ନ ଶିଶୁ ଥଇଥାନ ସେଣ୍ଟର ହେଉ କିମ୍ବା ନର୍ସିଂହୋମ ଗୁଡିକରେ ବେବି କ୍ରେଡ଼ଲ ସେଣ୍ଟର ଖୋଲା ଯାଇଥିଲା । ଯେଉଁଠି ଜନ୍ମଦାତା ବାପାମାଆ ଶିଶୁକୁ ଏଣେତେଣେ ନ ରଖି ସୁରକ୍ଷିତ ନିରାପଦ ସ୍ଥାନରେ ରଖି ପାରିବେ । ଯାହାଦ୍ବାରା ଅଭିଭାବକଙ୍କ ପରିଚୟ ଗୋପନ ରହିବା ସହିତ ଶିଶୁଟି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିବ । Advertisement
ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ…
ସିଙ୍ଗରାଣୀ କମ୍ପାନୀର ଖଣି କାର୍ଯ୍ୟ ଆରମ୍ଭ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧିନସ୍ତ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଆଜି (ବୁଧବାର) ଭୂମି ପୂଜନ କରି ଖନନ କାର୍ଯ୍ୟ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ ଭୁବନେଶ୍ବର – ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ…