ଅପରାଧ ନବବଧୂଙ୍କୁ ହତ୍ୟା ଅଭିଯୋଗ Angul OnlineOctober 20, 2024October 20, 2024 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ , ବନ୍ତଳା ଥାନା ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ଲୋକନାଥ ସାହୁ ଙ୍କ ଝିଅ ଲିପିକା ସାହୁ (୨୦) ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ଗୌରାଙ୍ଗ ପ୍ରଧାନଙ୍କ ପୁଅ ସୁନୀଲ ପ୍ରଧାନଙ୍କୁ ଗତ ତିନି ମାସ ତଳେ ବୈଦିକ ରୀତିରେ ବିବାହ କରାଇଥିଲେ । ଆଜି ସକାଳ ସମୟରେ ଲିପିକା ଫ୍ୟାନରେ ଝୁଲି ଥିବା ଦେଖି ଲିପିକାଙ୍କ ଶ୍ୱଶୁର ଘର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଲିପିକାଙ୍କ ବାପ ଘରକୁ ଖବର ଦେଇଥିଲେ । ଲିପିକାଙ୍କ ବାପ ଘର ଲୋକ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିଲେ ଯେ, ଲିପିକା ର ମୃତ୍ୟୁ ହୋଇ ସାରିଛି। ଏହା ଦେଖି ଲିପିକାଙ୍କ ବାପ ଘର ଲୋକ ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ଲିପିକାଙ୍କ ଭାଇ ପ୍ରଭାତ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଲିପିକାଙ୍କୁ ହତ୍ୟା କରାଯାଇଛି ନା ଲିପିକା ଆତ୍ମହତ୍ୟା କରିଛିନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । Advertisement
ଡକାୟତି ଯୋଜନା ବେଳେ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଡକାୟତ ଗ୍ୟାଙ୍ଗକୁ ତାଳଚେର ପୁଲିସ କାବୁ…
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…
ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ…