ମୁଖ୍ୟ ଖବର ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ Angul OnlineDecember 16, 2021December 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ । ମୃତ ଯୁବକ ଜଣଙ୍କ ହେଲେ ଚିକୁନ ବିଶ୍ୱାଳ । ଗତ କାଲି ସାନିଟାଇଜର ପିଇଦେଇ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଯାଇଥିଲା । ତେବେ ଆଜି ପ୍ରାୟ ଭୋର ସମୟରେ ସେ ପାଞ୍ଚମହଲା ଛାତରୁ ତଳକୁ ପଡି ଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା । ସେଠରୁ ତାଙ୍କୁ ସୁରକ୍ଷା କର୍ମୀ ଆଉଡୋରକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକୁନଙ୍କ ଘର ଅନୁଗୁଳ ଜିଲ୍ଲା ଗୋତମରା ଗାଁ ରେ ବୋଲି ଜଣାପଡିଛି । ତେବେ ଚିକିତ୍ସାଳୟରେ ମେଞ୍ଚା ମେଞ୍ଚା ସୁରକ୍ଷା କର୍ମୀ ଥିବା ବେଳେ ରୋଗୀ ବେଡରୁ ଉଠି ଛତ ଉପରକୁ କିଭଳି ଗଲେ ଆଉ କିଭଳି ଛାତରୁ ଡେ଼ଇଁଲେ ତାକୁ ନେଇ ଉଠିଛି ପ୍ରଶ୍ନ । Advertisement
୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନ ରେ CT & GST ପକ୍ଷରୁ ଚଢ଼ାଉ କରାଯାଉଛି…
ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।…
ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ…