ଆଞ୍ଚଳିକ ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା Angul OnlineDecember 17, 2021December 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୈନ୍ୟଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଅନେକ ଦିନ ପଥଚାରୀଙ୍କ ମୃତ୍ୟୁ ହେଉଛି । ଆଜି ପୁଣି ସହର ଭିତର ଦେଇ ଯାଇଥିବା ରାଜପଥରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତୁମୁଣି ଗାଁର ଅକ୍ଷୟ ଗୋଛାୟତ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅକ୍ଷୟ ସବୁଦିନ ଭଳି ଆଜି ଟାଟା ଭୂଷଣରୁ କାମ ସାରି ଘରକୁ ଫେରୁଥିଲେ । ସନ୍ଧ୍ୟା ପ୍ରାୟ ୬ ଟା ବେଳେ ଅନୁଗୁଳ ଜିଲ୍ଲା ଟ୍ରକ ଆସୋସିଏସନ ଆଗରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଟ୍ରକ ଧକ୍କାରେ ଅକ୍ଷୟ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାରର୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମରୁତ ଘୋଷଣା କରିଥିଲେ । ତେବେ ପ୍ରତ୍ୟେକ ଦିନ ଏହି ରାଜପଥରେ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତା ମରାମତି ନ କରିବା ଆଉ ସଂପ୍ରସାରଣ ନକରିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଘଟଣାର ଗୁରୁତ୍ଵକୁ ଉପଲବ୍ଧି କରି ତୁରନ୍ତ ରାଜପଥ ମରାମତି ଓ ସଂପ୍ରସାରଣ କରିବାକୁ ଦାବି ହୋଇଛି । Advertisement
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…
ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର…
୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…