ଆଞ୍ଚଳିକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦାବି Angul OnlineAugust 29, 2024August 29, 2024 ଅନୁଗୁଳ – ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଧର୍ମାନ୍ତରୀକରଣ ବନ୍ଦ କରିବା ଦାବିରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନୁଗୁଳ ଜିଲ୍ଲାର ହିନ୍ଦୁ ସୁରକ୍ଷା ମଞ୍ଚର ଆବାହକତ୍ବରେ ବିଶ୍ୱକର୍ମା ଘରୋଇ ଠିକାଦାର ସଂଘ, ବିଭିନ୍ନ ହିନ୍ଦୁ ସଂଗଠନ ଓ ସାମାଜିକ ସଂଗଠନ ମାନଙ୍କ ନେତୃତ୍ୱରେ ଗୋବଂଶ ଓ ହିନ୍ଦୁ ମାନଙ୍କର ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ହିନ୍ଦୁ ସୁରକ୍ଷା ପଦଯାତ୍ରା ମାଧ୍ୟମରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହିତ ଚୋରା ଗୋଚାଲାଣ ଓ ବେଆଇନ ଗୋହତ୍ୟାକୁ ବନ୍ଦ କରିବାକୁ ଦାବି କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଥିବା ଆଇନକୁ କଡ଼ାକଡ଼ି ଲାଗୁକରି ଦୋଷୀଙ୍କ ବିରୋଧରେ ଦୃଷ୍ଠାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ସହରରେ ବୁଲା ଗୋମାତାମାନଙ୍କ ପାଇଁ ଗୋଶାଳା ଆନ୍ଦୋଳନକାରୀ ଦାବି ଜଣାଇଛନ୍ତି। ଅନୁଗୁଳ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଅତ୍ୟାଚାର, ଚୋରି, ରାହାଜାନି, ଧର୍ମାନ୍ତରୀକରଣ, ଦୁଷ୍କର୍ମ ଓ ବେଆଇନ ଯୁବତୀ ଚାଲାଣ ବଢ଼ୁଛି। ଏପରିକି ସେମାନେ ସରକାରୀ ଓ ଗୋଚର ଜମି ଜବରଦଖଲ କରୁଛନ୍ତି। ଛଦ୍ମବେଶରେ ଫେରିବାଲା, ରାଜମିସ୍ତ୍ରି, ରଙ୍ଗମିସ୍ତ୍ରି, ପଣ୍ଡିତ, ସାଧୁ ଓ ଅନ୍ୟ ବ୍ୟବସାୟ ବାହାନାରେ ଆସି ଏଠି ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ରାସନ କାର୍ଡ ହାତଉଛନ୍ତି। ଏହାକୁ ନ ରୋକିଲେ ଆଗାମୀ ଦିନରେ ଏହା ଭୟାବହ ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି। ଏଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ହିନ୍ଦୁ ସୁରକ୍ଷା ମଞ୍ଚ ଦାବି ଉପସ୍ଥାପନ କରିଛି। Advertisement
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…