ମୁଖ୍ୟ ଖବର ବସରେ ଘରକୁ ଯାଉଥିବା ବେଳେ ଉଡିଗଲା ପ୍ରାଣବାୟୁ Angul OnlineAugust 29, 2024August 29, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମର ନିରାକାର ଦେହୁରୀ । ଘଟଣାରୁ ପ୍ରକାଶ ନିରାକାର ଦେହୁରୀ କିଛି ଦିନ ହେବ ରିଆମାଳ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ । ସେଠାରୁ ସେ ଏକ ଘରୋଇ ବସରେ ନିଜ ଘରକୁ ଫେରୁଥିବା ବେଳେ ବାଗଡିଆ ଠାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିବା ବସ କର୍ମଚାରୀ ମାନେ ସନ୍ଦେହ କରି ବାଗଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଶଵ ଗୃହକୁ ନେଇ ଯାଇଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ଶୁକ୍ରବାର ଶଵ ବ୍ୟବଚ୍ଛେଦ କରିବା ପରେ ମୃତକଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପ୍ରକାଶ କରିଛି । Advertisement
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ…
ମ୍ୟାଲେରିଆରେ ମହିଳାଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତେବୁଡୁ ଗ୍ରାମରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ…
ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ…