ମୁଖ୍ୟ ଖବର କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ Angul OnlineJuly 17, 2021July 17, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ ମେଡ଼ିସିନ ଷ୍ଟୋରରେ ଆଜି ସକାଳେ ବ୍ୟାପକ ଭିଡ ରହିଥିବା ବେଳେ ସାମାଜିକ ଦୁରତାକୁ ଲୋକ ମାନି ନଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ଯାଉଥିବା ବେଳେ ତାଙ୍କ ନଜର ପଡିବାରୁ ସେ ସେଠାରେ ଓହ୍ଲାଇଥିଲେ । ଦୋକାନରେ ଏଭଳି ଭିଡ ଦେଖି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏନଫୋର୍ସମେଣ୍ଟ ଟିମକୁ ଏ ନେଇ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଦାଗିଦ କରିବା ବେଳେ ଦୋକାନୀ ଏନଫୋର୍ସମେଣ୍ଟ ଟିମ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି । ଏହା ପରେ ଏନଫୋର୍ସମେଣ୍ଟ ଟିମ ସୀତାରାମ ମେଡ଼ିସିନ ଷ୍ଟୋରକୁ ୭ ଦିନ ପାଇଁ ସିଲ କରିଥିବା ଜଣା ପଡିଛି । Advertisement
ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା – ପୁଲିସକୁ ହେବାକୁ ପଡିଲା ନାକେଦମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ସୋମବାର) ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ…
ଫାଶରେ ପଡିଲା ବାଘ – ଟ୍ରାଙ୍କୁଲାଇଜ କରି ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ପଡିଥିବା ବନ ବିଭାଗର…
ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ…