ଆଞ୍ଚଳିକ ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର Angul OnlineSeptember 10, 2022September 10, 2022 ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ସାଥୀ ବିଜୁ ଭୋଇ ଏବଂ ପିଣ୍ଟୁ ବେହେରାଙ୍କ ସହ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ । Advertisement
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…