ଆଞ୍ଚଳିକ ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର Angul OnlineSeptember 10, 2022September 10, 2022 ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ସାଥୀ ବିଜୁ ଭୋଇ ଏବଂ ପିଣ୍ଟୁ ବେହେରାଙ୍କ ସହ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ । Advertisement
ବ୍ୟାରେଜ ବ୍ୟାସଚ୍ୟୁତଙ୍କ ସମସ୍ୟା ନେଇ ଉପ-ବାଚସ୍ପତିଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ…
କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁରୁଡୁଲୁ ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ଜଣା ପଡିଛି…
ଏମ.ବି.ଏ. ଓ ଏମ.ଏଫ.ସି. ବିଭାଗ ତରଫରୁ ” ଉପଭୋକ୍ତା ଶିକ୍ଷା ଅଧିକାର” ଉପରେ ଆଲୋଚନା ଚକ୍ର ଅନୁଗୁଳ – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏମ.ବି .ଏ ଏବଂ ଏ ଏଫ ସି ବିଭାଗ ତରଫରୁ “ଉପଭୋକ୍ତା ଶିକ୍ଷା ଅଧିକାର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ…