ଆଞ୍ଚଳିକ ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର Angul OnlineSeptember 10, 2022September 10, 2022 ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ସାଥୀ ବିଜୁ ଭୋଇ ଏବଂ ପିଣ୍ଟୁ ବେହେରାଙ୍କ ସହ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ । Advertisement
୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଶବଳଭଙ୍ଗା ଗାଁରୁ ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଯାହାକୁ ପରେ ବନ ବିଭାଗ ସହାୟତାରେ…
ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ…
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…