ଭଲ ଖବର ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଉପରକୁ କାଦୁଅ ଫୋପାଡୁଥିବା ସହ ରାସ୍ତା ଉପରେ ଶୋଇ ପଡୁଥିଲା । ଫଳରେ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କିଛିଦିନ ହେଲା ସେ ଏଭଳି କରୁଥିବା ବେଳେ କେହି ବାରଣ କରୁ ନଥିଲେ କି ପ୍ରଶାସନ ମଧ୍ୟ ଜାଣି ଅଣଦେଖା କରିଥିଲା । ଏପରିସ୍ଥଳେ ଆଜି ସମାଜ ସେବୀ ବାପି ମହାନ୍ତି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୁଲିସ ସହାୟତାରେ ମିଶନ ଆଶା ଆମ୍ବୁଲାନ୍ସରେ ତାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଥିଲେ । ବାପିଙ୍କର ଏଭଳି ମାହାନ କାର୍ଯ୍ୟ ପାଇଁ ତାଲଚେରର ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି । Advertisement
ଛ ହଜାର ମିଟର ଉପରେ ଜଗନ୍ନାଥ ଓ ବୁଢୀ ମା’ଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ଅନୁଗୁଳ – ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ…
ମଦ ମୁକ୍ତ ପାଇଁ ଗାଁ ମହିଳାଙ୍କ ପ୍ରୟାସ ଅନୁଗୁଳ – ମଦ ପାଇଁ ସମାଜ ଆଜି ପ୍ରଥଭ୍ରଷ୍ଟ । ଯୁବପିଢି ବିପଥଗାମୀ । ଏହାକୁ ବୁଝି ପାରିଛନ୍ତି ଅନୁଗୁଳ ଜିଲ୍ଲା କୁମଣ୍ଡ ଓ ଜରସିଂହା ଗାଁର…
ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ ଅନୁଗୁଳ – ଅନୁଗୁଳ ହେମସୁରପଡା ନିବାସୀ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସତୀଶରାଜ୍ ପ୍ରଧାନ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବ ଆଣିଛନ୍ତି…