ଭଲ ଖବର ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଉପରକୁ କାଦୁଅ ଫୋପାଡୁଥିବା ସହ ରାସ୍ତା ଉପରେ ଶୋଇ ପଡୁଥିଲା । ଫଳରେ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କିଛିଦିନ ହେଲା ସେ ଏଭଳି କରୁଥିବା ବେଳେ କେହି ବାରଣ କରୁ ନଥିଲେ କି ପ୍ରଶାସନ ମଧ୍ୟ ଜାଣି ଅଣଦେଖା କରିଥିଲା । ଏପରିସ୍ଥଳେ ଆଜି ସମାଜ ସେବୀ ବାପି ମହାନ୍ତି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୁଲିସ ସହାୟତାରେ ମିଶନ ଆଶା ଆମ୍ବୁଲାନ୍ସରେ ତାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଥିଲେ । ବାପିଙ୍କର ଏଭଳି ମାହାନ କାର୍ଯ୍ୟ ପାଇଁ ତାଲଚେରର ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି । Advertisement
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସପିଏଲ ଫାଉଣ୍ଡେସନ୍ ଭୁବନେଶ୍ୱର – କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ…
ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ ଅନୁଗୁଳ – ବିଶ୍ବ ଫିଜିଓଥେରାପି ଦିବସ ଅବସରରେ ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…