ମୁଖ୍ୟ ଖବର ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଛାତ୍ରୀ ମୃତ Angul OnlineSeptember 7, 2023September 7, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ବନ୍ଦା ଗାଁର ଜିତେନ୍ଦ୍ର ସାହୁଙ୍କ ଝିଅ ପୁଜା ସାହୁ ବୋଲି ଜଣା ପଡିଛି । ସେ ପାଂଚଗଡ ବିଜୟ କୁମାର ସରକାରୀ ଉଚ୍ଚ ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣା ପଡିଛି । ସୁଚନା ଅନୁସାରେ ପୁଜା ସ୍କୁଲ ଅପରାହ୍ନ ୪ ଟା ବେଳେ ସ୍କୁଲ ଛୁଟି ପରେ ଚାଲି ଚାଲି ଘରକୁ ଫେରୁଥିଲେ । ତେବେ ବଅଁରପାଳ ହାଟ ନିକଟରେ ହୋଇଥିବା ବେଳେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା । Advertisement
କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ…
କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା…
ମୋଟରସାଇକେଲ ଦୁର୍ଘଟଣା – ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜରପଡା ଥାନା ଉଗୀ ଗାଁ ନିକଟରେ ଭାରସାମ୍ୟ ହରାଇ…