
ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଘଟଣା । ଗୁରୁତର ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଛି । ସୂଚନା ଅନୁସାରେ ଗତ କାଲି ରାତିରେ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିର ପରମାନନ୍ଦ ମୁଦୁଲିଙ୍କ ସହ ସ୍ତ୍ରୀଙ୍କର ଝଗଡ଼ା ହୋଇଥିଲା । ଝଗଡା ବେଳେ ପରମାନନ୍ଦଙ୍କ ସ୍ତ୍ରୀ ସୁକାନ୍ତି ମୁଦୁଲି ଉତକ୍ଷୀପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କର ଯୌନାଙ୍ଗ କାଟି ଦେଇଥିଲେ ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି। ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏ ପଟେ ଏ ନେଇ ସ୍ତ୍ରୀ ନାଁରେ ନାଲକୋ ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି।


