ମୁଖ୍ୟ ଖବର ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ନୂଆଁ ଗାଇଡ଼ଲାଇନ୍ Angul OnlineDecember 24, 2021December 24, 2021 ଅନୁଗୁଳ – ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । କୋଭିଡର ନୂଆଁ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ କଟକଣା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏହି କଟକଣା ଜାରି କରିଛନ୍ତି । ଏହି ନୂଆଁ କଟକଣା ଅନୁସାରେ ଡିସେମ୍ବର ୨୫ ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ , ରାଲି , ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି । ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି । ସେହିପରି ବିବାହ ଉତ୍ସବ ବ୍ୟତୀତ ଅନ୍ୟ କେଉଁଥିରେ ଭୋଜି ଭାତ ଉତ୍ସବ ହେବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ପାଳନ ହେବ । ସର୍ବସାଧାରଣରେ କୌଣସି ଭୋଜିଭାତ, ବଣଭୋଜି ହୋଇପାରିବ ନାହିଁ । କଟକଣା ଉଲ୍ଲଂଘନ କଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । Advertisement
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର…
୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ…