ଅପରାଧ ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ Angul OnlineFebruary 23, 2022February 23, 2022 ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ ପୁଲିସ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଜଣେ ଯୁବକଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ପ୍ରଭାତ ରଞ୍ଜନ ସାହୁ ନାମକ ଜଣେ ଯୁବକ ଅନୁଗୁଳ ଭେଟେନାରୀ କଲୋନୀରେ ରହୁଥିଲେ । ତେବେ ସେ ଅନୁଗୁଳ ସହହର ଅନ୍ୟ ଏକ ସ୍ଥାନରେ ରହୁଥିବା ତାଙ୍କର ଜଣେ ସମ୍ପର୍କିୟଙ୍କ ଘରକୁ ନିୟମିତ ଯିବା ଆସିବା କରୁଥିଲେ । ଏହି ଯିବା ଆସିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ସେହି ପ୍ରେମ ପରେ ରଞ୍ଜନ ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ପ୍ରଭାତ ବାରମ୍ବାର ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ । ଆଉ କୌଶଳରେ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡି ଦେବାର ଧମକ ଦେଉଥିଲେ । ତେବେ ଯୁବତୀ ଜଣଙ୍କର ଅନ୍ୟ ସ୍ଥାନରେ ବିବାହ ଠିକ ହୋଇଥିଲା । ଏଥିପାଇଁ ଯୁବକ ଜଣକ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣାମଧ୍ୟମରେ ଛାଡି ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅନୁଗୁଳ ପୁଲିସ ଏକ ମାମଲା ରୁଜୁ କରିବା ସହ ବୁଧବାର ପ୍ରଭାତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୁଳ – ପାର୍ବଣ ବେଳେ ଆକ୍ଟିଭ ମୋଡରେ ଅନୁଗୁଳ ଜିଲ୍ଲା ପୁଲିସ । ମୁଖ୍ଯତଃ ବ୍ରାଉନସୁଗାର ବେପାରୀ ଓ ବେପାର ଉପରେ ଏହି ସମୟରେ ପୁଲିସ କଡା…
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…
ଯୌତୁକ ପାଇଁ ପତ୍ନୀ ହତ୍ଯାକରୀକୁ ଦଶ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଯୌତୁକ ଦାବି କରିବା ଏବଂ ଏହି ଯୌତୁକ ପାଇଁ ପତ୍ନୀକୁ ହତ୍ଯା କରିବା ଅଭିଯୋଗରେ ଶନିବାର ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରଣବ…