ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ Angul OnlineDecember 26, 2024December 26, 2024 ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୨୪. ୦୪, ୨୦୨୧ ରେ ଜଣେ ନାବାଳିକା ନିଜ ଘରେ ଏକୁଟିଆ ଥିଲେ । ଏହା ଜାଣି ଆଉ ନାବାଳିକା ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ମନୋଜ କୁମାର ପ୍ରଧାନ ନାମକ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଘରକୁ ଫେରିବା ପରେ ସବୁ କଥା ଜାଣିବା ପରେ ନାବାଳିକାଙ୍କ ବାପା କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କିଶୋରନଗର ପୁଲିସ ଦଫା ୩୭୬(୩)୬ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମ୍ୟା ଶୁଭଦର୍ଶିନୀ , ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମନୋଜ କୁମାର ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଆଦେଶ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। Advertisement
୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ…
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…
ଜମିବାଡ଼ି ବିବାଦକୁ ନେଇ ଭାଇକୁ ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ବହିଆଳିସାହି ନିକଟସ୍ଥ ଏକ ଘରୁ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ…