ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍‌ର ଅଧ୍ୟକ୍ଷ

ଅନୁଗୋଳ – ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା  ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ ପୁଣି ଏକ ଗୁରୁ ଦାୟିତ୍ୱ ମିଳିଛି । ରାଜ୍ୟ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ଖାଦ୍ୟ କମିଶନ୍‌ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ଏହି ଖବର ଜଣା ପଡିବା ପରେ, ସାରା ଜିଲ୍ଲାରେ ଥିବା ଅବନିକାନ୍ତ ସାହୁଙ୍କ ସମର୍ଥକ ମାନେ ଖୁସି ପ୍ରକଟ କରିଛନ୍ତି । ଏଥିପାଇଁ ତାଙ୍କୁ ଚାରିଆଡୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଗତ ଅକ୍ଟୋବର ମାସରେ ଅବନୀକାନ୍ତ ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଭାବେ ଦାୟୀତ୍ୱ ନେଇଥିଲେ । ଆଜି ପୁଣି ରାଜ୍ଯ ସରକାର ତାଙ୍କୁ ରାଜ୍ୟ ଖାଦ୍ୟ କମିଶନ୍‌ର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଦେଇଛନ୍ତି । ସେବା ମନୋଭାବ ନେଇ ରାଜନୀତିକୁ ଓଲ୍ହାଇଥିବା ଅବନିକାନ୍ତ ବାବୁଙ୍କୁ ଏହି ଗୁତୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିବା ପରେ ତାଙ୍କର ସେବା ମନୋବୃତିରେ ଅଧିକ ସହାୟ ହେଇପାରିବ ବୋଲି ପ୍ରକାଶ କରିବା ସହ ଏହି ଅଂଚଳର ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ସେ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ପଦ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଜିଲ୍ଲାର ସମସ୍ତ ବିଧାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page