ରାଜନୀତି ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା Angul OnlineMarch 9, 2022March 9, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଜାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏହି ଜାଞ୍ଚ ବେଳେ ସମସ୍ତ ପୌରାଧକ୍ଷ ଓ କାଉନସିଲର ପାଇଁ ଦାଖଲ କରାଯାଇଥିବା ନାମାଙ୍କନ କାଏମ ରହିଛି । ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ ଅନେକ କାଉନସିଲର ପ୍ରାର୍ଥୀ ହୋଇଥିବା ବେଳେ ୮ ଜଣ ପୌରାଧକ୍ଷ ପ୍ରାର୍ଥୀ ରହିଛନ୍ତି । ଆଉ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ପରାଧ୍ୟକ୍ଷ ପ୍ରାର୍ଥୀ ମାନଙ୍କ ଉପରେ ରହିଛି । କାରଣ ଚଳିତ ଥର ଜନତା ସିଧାସଳଖ ପୌରାଧକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇ ଚୟନ କରିବେ । ଆଉ ଏଥିପାଇଁ ଚଳିତ ଥର ପ୍ରାର୍ଥୀ ଚୟନ କରିବାକୁ ତିନି ପ୍ରମୁଖ ଦଳ କଂଗ୍ରେସ , ବିଜେଡ଼ି ଓ ବିଜେପିକୁ ବହୁ କସରତ କରିବାକୁ ପଡିଥିଲା । ଅନେକ ହିସାବ ନିକାସ ପରେ ଏହି ତିନି ପ୍ରମୁଖ ଦଳର ଅଙ୍କ ଛିଣ୍ଡିଥିଲା । କଂଗ୍ରେସ ବଲବୀର ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦିଲୀପ ପ୍ରଧାନ ଓ ବିଜେଡ଼ି ଅକ୍ଷୟ ସାମନ୍ତଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା । ତେବେ ଏହି ତିନି ଜଣଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଆଉ ୫ ଜଣ ପ୍ରାର୍ଥୀ ମଧ୍ୟ ଓଲ୍ହାଇଛନ୍ତି । ସେମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ (ଏମ) ପକ୍ଷରୁ ପ୍ରାପା ପ୍ରସାଦ ନନ୍ଦ , ସ୍ଵାଧୀନ ଭାବେ ଅନିରୁଦ୍ଧ ଦାସ , ଗୁରୁ ଚରଣ ପ୍ରଧାନ , ପ୍ରଶାନ୍ତ ନାୟକ ମଧ୍ୟ ପୌରାଧକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । Advertisement
ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହ ଜଡ଼ିତ – ଖାଉଟି କଲ୍ୟାଣ ମନ୍ତ୍ରୀ ଅନୁଗୁଳ – ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି (ଗ୍ରାମୀଣ)ଭିବି ଜି ରାମ ଜି -୨୦୨୫ ସଂମ୍ପର୍କରେ ଅନୁଗୁଳ…