ରାଜନୀତି କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ Angul OnlineMarch 9, 2022March 10, 2022 ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ , କିଏ ପୌରାଧ୍ୟକ୍ଷ ଟିକେଟ ହାତେଇବ , ଏଥିପାଇଁ ବହୁ ବାଦବିବାଦ ଲାଗି ରହିଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ପରେ ଆଉ ଏକ ଜଟିଳ ପରିସ୍ଥିତି ସାମନାକୁ ଆସିଛି । ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡରେ କାଉନସିଲର ପାଇଁ ବାପା, ପୁଅ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ବାପା ବିରୁଦ୍ଧରେ ପୁଅ ଛିଡା ହୋଇଛି । ରାଜନୀତିର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫ ନମ୍ବର ୱାର୍ଡ କାଉନସିଲର ପାଇଁ ବାପା ଭୀମସେନ ମାଣ୍ଡୋଠିଆ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପୁଅ ରଣଜିତ୍ ମାଣ୍ଡୋଠିଆ ବିଜେଡି ଟିକେଟରୁ ମଇଦାନକୁ ଓହ୍ଳାଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭୀମସେନ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ଉଭୟ ବାପା ଏବଂ ପୁଅ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ଶେଷ ମୂହୁର୍ତ୍ତରେ ଦଳ ପୁଅ ରଣଜିତଙ୍କୁ ଟିକେଟ ଦେବାକୁ ସ୍ଥିର କରିବାରୁ ଭୀମସେନ ବିଜେପିରେ ଯୋଗଦେଇଥିଲେ । ଏବେ ବାପା, ପୁଅଙ୍କ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ବିରୋଧରେ ଅପପ୍ରଚାର ନ କରି ନିର୍ବାଚନ ମଇଦାନରେ ପରାସ୍ତ କରିବାକୁ ରଣଜିତ୍ ଲକ୍ଷ ରଖିଛନ୍ତି । Advertisement
ଅନୁଗୁଳରେ ଦୁର୍ବଳ ହେଉଛି ବିଜେଡି !!! ଅନୁଗୁଳ – ଡବଲ ଶଙ୍ଖ ଭାରି ଦୁଃଖ , ଡବଲ ଫୁଲ ଭାରି ଭଲ । ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…
ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ ବୋଲି ଅଭିଯୋଗ କଲା ବିଜେପି ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି…
କାଲି ଅନୁଗୁଳ ଆଜି ତାଳଚେର ବନ୍ଦ – ଅତ୍ୟନ୍ତ ହାସ୍ୟାସ୍ପଦ କହିଲା ବିଜେପି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ…