ମୁଖ୍ୟ ଖବର ପୁଲିସ ଭ୍ୟାନ ଧକ୍କାରେ ନାବାଳକ ମୃତ Angul OnlineMarch 10, 2022March 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣିହାଁ ନାଲମ ଗ୍ରାମର ୧୬ ବର୍ଷୀୟ ନାବାଳକ ସୁନୀଲ ବେହେରା । ନାବାଳକ ଜଣକ ଚାଳକ ଶ୍ରବଣ ସାହୁଙ୍କ ସହ ମୋଟରସାଇକେଲରେ ଯାଉଥିବା ସମୟରେ ଭ୍ୟାନଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସୁନୀଲ ବେହାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉଭୟ ତାଳଚେର ଓ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ କରିଛି । Advertisement
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ୍ଯୁ…
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…
ରାଜପଥ ନା ମୃତ୍ୟୁ ପଥ ? ଗୋଟିଏ ଦିନରେ ନେଲା ୨ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମୃତ୍ୟୁର ପଥ ପାଲଟିଛି । ପ୍ରତ୍ୟେକ ଦିନ ଏହି ରାଜପଥର କେଉଁଠି ନା…