ରାଜନୀତି ବିଜେଡିର ଜନସମ୍ପର୍କ ପଦଯାତ୍ରା Angul OnlineOctober 13, 2022October 13, 2022 ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଁଞ୍ଚିବା ଓ ଅବଗତ କରାଇବା ଲକ୍ଷ୍ୟ ରହିଛି । ବନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନକୁଳ ସାହୁ , ବିଜେଡି ଯୁବ ନେତା ଅରୁଣାଭ ସିଂହ ଓ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ବନ୍ଦା ଶିବ ମନ୍ଦିର ଠାରୁ ଆରମ୍ଭ କରି ବନ୍ଦା ଓ ଝଜିରୀ ଗ୍ରାମ ପରିକ୍ରମା କରି ଝଜିରି ବାଲି ସାହି ଠାରେ ଶୋଭାଯାତ୍ରା ଶେଷ କରିଥିଲେ । ବନ୍ଦା ଗ୍ରାମ ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅନୁଗୁଳ ପୌରପାଳିକା ୱାର୍ଡ ନଂ ୫ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କାଉନସିଲର ରଞ୍ଜିତ ମାଣ୍ଡଠିଆ ଓ ନଗର ବିଜେଡି ସଭାପତି ବୃନ୍ଦାବନ ସ୍ବାଇଁଙ୍କ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ ସାମନ୍ତ, କାଉନସିଲର ସୁକାନ୍ତି ଦାସ, ମାଳିନୀ ସର, ବିଶ୍ୱରଂଜନ ସାହୁ ଓ ୱାର୍ଡ ବାସିନ୍ଦା ଉପସ୍ଥିତ ଥିଲେ । Advertisement
ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର…
ଭୋଟ ଚୋରି ନେଇ ସାଧାରଣ ଜନତାଙ୍କୁ ଅବଗତ କରିବ କଂଗ୍ରେସ ଅନୁଗୁଳ – ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ବିଜେପିର ପାଲଟା ପ୍ରତିବାଦ – ରାହୁଲ ଓ ନବୀନଙ୍କ କୁଶପୁତ୍ତଳିକା ଦାହ ଅନୁଗୋଳ – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ କଂଗ୍ରେସ ଓ ବିଜେଡିର ଆନ୍ଦୋଳନର ପାଲଟା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ…