ଆଞ୍ଚଳିକ ସାପ କାମୁଡାରେ ନାବାଳକ ମୃତ Angul OnlineOctober 13, 2022October 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ ଭୁତିଆଙ୍କ ୯ ବର୍ଷର ପୁଅ ପ୍ରିତେଶ ଭୁତିଆ । ସୂଚନା ଅନୁସାରେ ପ୍ରିତେଶ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଗାଁରେ ଜଣା ପଡିବା ପରେ ଗ୍ନାରେ ଶୋକର ଛାୟା ଖେଳି ଯାଇଛି । Advertisement
ବଜ୍ରପାତରେ ଚାଷୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ।…
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…