ଆଞ୍ଚଳିକ ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 8, 2022July 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା ଟ୍ରକ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତାଳଚେର ଏମସିଏଲ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ବ୍ରଜ ମୋହନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରଜମୋହନ ଠିକା ସଂସ୍ଥାର ଏକ ଟ୍ରକରେ କୋଇଲା ପରିବହନ ପାଇଁ ଅନନ୍ତ ସାଇଡିଂକୁ ଯାଉଥିବାବେଳେ ସେଠାରେ ଆଉ ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପରିବାର ପହଁଚିଲା ପରେ କ୍ଷତିପୂରଣ ବାବଦ ଏମସିଏଲ ପକ୍ଷରୁ ସମସ୍ତ ଟଙ୍କା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶୃତି ଦେଲାପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଥିଲେ । Advertisement
ଜେଏସପି ଫାଉଣ୍ଡେସନ ଏବଂ କୃଷି ବିଭାଗ ପିପିପି ମୋଡରେ କରିବ କୃଷି ସେବାକେନ୍ଦ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି)ର ସାମାଜିକ ଦାୟିତ୍ୱବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, କୃଷି ବିଭାଗ ଓ ରାଜ୍ୟ…
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…
ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ…