ଅପରାଧ ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ Angul OnlineApril 3, 2022April 3, 2022 ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ ମହିଳା । ଏଭଳି ଘଟଣା ଅନୁଗୁଳରେ ଘଟିଛି । ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ସହ ଅନୁଗୁଳ ସହରରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ଚାକିରି ଅନ୍ବେଷଣରେ ଥିଲେ । ଅନୁଗୁଳ ସୀମାନ୍ତ ଏକ ଶିଳ୍ପସଂସ୍ଥାରେ ଚାକିରି ପାଇଁ ଉକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା । ମାତ୍ର ସମ୍ପୃକ୍ତ କର୍ମଚାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ଫୋନ୍ରେ ଅନେକ ସମୟରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ବେଳେ ଚାକିରି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ଶିଳ୍ପସଂସ୍ଥା କର୍ମଚାରୀ ମହିଳାଙ୍କୁ ଫୋନ୍ କରି , ସ୍ବାମୀଙ୍କ ସମସ୍ତ ଡକ୍ୟୁମେଣ୍ଟ୍ ଧରି ଶିଶୁ ଉଦ୍ୟାନ ପାଖକୁ ଆସିବାକୁ କହିଥିଲେ । ଚାକିରି ପାଇଁ ବ୍ୟଗ୍ର ଥିବା ମହିଳା ତାଙ୍କ କଥା ମାନି ଶିଶୁ ଉଦ୍ୟାନଠାରେ ତାଙ୍କୁ ଦେଖା କରିଥିଲେ । ଶିଳ୍ପସଂସ୍ଥା କର୍ମଚାରୀ ତାଙ୍କୁ ଏକ ନିରୋଳା ସ୍ଥାନକୁ ଯିବାକୁ ପ୍ରସ୍ତାବ ଦେଇଥିଲା । ମହିଳା ରାଜି ହୋଇନଥିଲେ । ତେଣୁ ଠିକାସଂସ୍ଥା କର୍ମଚାରୀ ନିଜ କାର୍ ଭିତରକୁ ମହିଳାଙ୍କୁ ଟାଣି ନେଇ ଅସଦାଚରଣ କରିଥିଲେ । ଚାକିରି ପାଇବାକୁ ହେଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ ବୋଲି ବାଧ୍ୟ କରିଥିଲେ । ତେବେ ମହିଳା ଜଣଙ୍କ କୌଶଳ କ୍ରମେ ସମ୍ପୃକ୍ତ କର୍ମଚାରୀଙ୍କ କବଳରୁ ମୁକୁଳି ଆସି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । Advertisement
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା…
ସାଇବର ଲୁଟେରାଙ୍କ ଉପରେ ରୋକ ଲଗେଇ ପାରୁନି ପୁଲିସ – ଲୁଟର ଶିକାର ହେଲେ ସିଆଇଏସଏଫ ଜୱାନ ଅନୁଗୁଳ – ସାଇବର ଲୁଟେରାଙ୍କ ଦୌରାତ୍ମ ଅନୁଗୁଳ ଜିଲ୍ଲାରେ ବଢି ବଢି ଚାଲିଛି । ଗତ ୩୦ ତାରିଖରେ ଅନୁଗୁଳ ଓ ବଅଁରପାଳ ଥାନା ଇଲାକାରେ ଦୁଇ…