ଡିଜେଲ ଟାଙ୍କି ମରାମତି ବେଳେ ଅଘଟଣ – ଟାଙ୍କି ଫାଟି ଦୁଇ ଗୁରୁତର

ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମସୁରପଡା ଅଞ୍ଚଳରେ ଅଘଟଣ । ଡ଼ିଜେଲ ଟାଙ୍କି ଫାଟି ଦୁଇ ଗୁରୁତର । ଦୁଇ ଗୁରୁତର ମାନେ ହେଲେ ନିରଞ୍ଜନ ସେଠୀ ଏବଂ ପୁନିଲ ବେହେରା ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ଆଜି(ଶୁକ୍ରବାର) ସକାଳ ୧୦ ଘଟିକା ବେଳେ ଏକ ବସର ଡିଜେଲ ଟାଙ୍କି ଲିକ୍ ହେଉଥିଲା । ବସର ଡିଜେଲ ଟାଙ୍କି ଓଲଡିଂ କରିବା ପାଇଁ ବସଟି ହେମସୁରପଡା ଅଞ୍ଚଳରେ ଥିବା ହନୁମାନ ଫେବ୍ରୀକେସନକୁ ଆସି ଓଲଡିଂ କରିବା ପାଇଁ କହିଥିଲେ। ଡିଜେଲ ନ ବାହାର କରି ଟାଙ୍କିକୁ ନିରଞ୍ଜନ ଏବଂ ପୁନିଲ ଓଲଡିଂ କରୁଥିବା ବେଳେ ଡିଜେଲ ଟାଙ୍କିଟି ବିସ୍ପୋରଣ ହୋଇଥିଲା । ଯାହା ଫଳରେ ଦୁଇ ଜଣ ପୋଡି ଯାଇ ଗୁରୁତର ହୋଇ ଯାଇଥିଲେ। ଉଭୟଙ୍କୁ ସ୍ଥାନୀୟବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ନିରଞ୍ଜନ ଙ୍କର ମୁହଁ ଏବଂ ପୁନିଲଙ୍କର ଡାହାଣ ହାତ ପୋଡି ଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page