ମୁଖ୍ୟ ଖବର ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 18, 2023July 18, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଶାନ୍ତ ପ୍ରଧାନ ,ସେ ତାଳଚେର ବଲଣ୍ଡା ଗ୍ରାମରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ , ସୁଶାନ୍ତ ଖଣି ରାସ୍ତାରେ ପାଣି ପକେଇବାକୁ ପାଣି ଡମ୍ଫରଟି ଧରି ଯାଉଥିବା ବେଳେ କୋଣସି କାରଣବଶତଃ ସେହି ଡ଼ମ୍ଫରଟିକୁ ଠିଆକରି ତଳକୁ ଓଲାହି ଥିଲେ । ପରେ ଡମ୍ଫରଟି ଆପେ ଆପେ ଗଡିଯିବାରୁ ପ୍ରଶାନ୍ତ ଗାଡିକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଡମ୍ଫର ଚକାତଳେ ପଡି ଯାଇଥିଲେ । ଫଳରେ ତାଙ୍କ ଉପରେ ଡମ୍ଫରଟି ମାଡ଼ିଯାଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରଶାନ୍ତ ଲିଙ୍ଗରାଜ ଖଣିରେ ଡମ୍ଫର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁକୁ ନେଇ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପରେ ଖଣି କର୍ତ୍ତୃପକ୍ଷ କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖବର ପାଇ ପୋଲିସ ଶବ ବ୍ୟବଛେଦ କରି ଅଧିକ ତଦନ୍ତ କରିଛି । Advertisement
ପୋଖରୀରେ ବୁଡି ସମ୍ବରର ମୃତ୍ୟୁ ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ…
ଟ୍ୟାଙ୍କର ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି…
୧୦ ଲକ୍ଷ ଟଙ୍କା ଚଳୁ – ଜେ.ଇ. ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ ଅନୁଗୁଳ – ରାସ୍ତା ନିର୍ମାଣରେ ମହା ଘୋଟଲା । ରାସ୍ତା କାମ ନ କରି ୧୦ ଲକ୍ଷ ଟଙ୍କା ବିଲ କରି ଉଠାଇ ନେଲେ । ଏହି…