ଆଞ୍ଚଳିକ ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଅଘଟଣ – ବିଦ୍ୟୁତ ଆଘାତରେ ୪ ଗୁରୁତର Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ସହର ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ବିଦ୍ୟୁତ ଝଟକାରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ, ଅନୀଲ ଟୁଡୁ, ମନୋଜ ଟୁଡୁ, ବାହାସନ ଟୁଡୁ ଓ ବିଶାଲ ହାସ୍ଦା । ସମସ୍ତଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ, ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଛି । କୋର ଏନର୍ଜି ନାମକ ସଂସ୍ଥା ଉକ୍ତ କାମ କରୁଥିବା ବେଳେ ୧୩ ଜଣ ଶ୍ରମିକ ନିୟୋଜିତ ଥିଲେ । ଉପରେ ୩୩ କେଭି ତାର ଯାଇଥିବାରୁ ଶ୍ରମିକମାନେ ସର୍ଟ ଡାଉନ ମାଗିଥିଲେ । କିନ୍ତୁ କର୍ତ୍ତୃପକ୍ଷ ଦେଇନଥିଲେ । ତେବେ ଶ୍ରମିକମାନେ ବିଦ୍ୟୁତ ଖୁଣ୍ଟ ପୋତୁଥିବା ବେଳେ ଅସାବଧାନତା କାରଣରୁ ଖୁଣ୍ଟ ୩୩ କେଭି ତାରରେ ଲାଗି ଯାଇଥିଲା। ଫଳରେ ଖୁଣ୍ଟକୁ ଧରିଥିବା ୪ ଜଣ ଶ୍ରମିକ ବିଦ୍ୟୁତ ଝଟକା ଖାଇ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡ଼ିଛି । Advertisement
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ମହାମହିମ ରାଜ୍ୟପାଳଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ଅନୁଗୁଳ – ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି ।…