ଆଞ୍ଚଳିକ ରାସ୍ତାରେ ଗାଡି ପାର୍କିଂକଲେ – ଅଭିଯୋଗ କରିବାରୁ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ Angul OnlineNovember 1, 2024November 1, 2024 ଅନୁଗୁଳ – ରାସ୍ତାରେ ଗାଡି ରଖି ରାସ୍ତା ଛାଡିଲେ ନାହିଁ , ଯିବା ଆସିବା କରିବାରେ ଅସୁବିଧା ହେବା ପରେ ଦୋକାନୀଙ୍କୁ କହିବାରୁ ଦମ୍ପତ୍ତିଙ୍କୁ ମାଡ ମାରିଲେ ଦୋକାନ କର୍ମଚାରୀ । ଏଭଳି ଅଭିଯୋଗ ହୋଇଛି ଅନୁଗୁଳ ବଜାର ଅଞ୍ଚଳରେ । ଦୋକାନ ପିଲାଙ୍କ ମାଡ଼ରେ କନିଷ୍ଠ କିରାଣୀ ଓ ତାଙ୍କ ସ୍ତ୍ରୀ ଆହତ ହୋଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଟିଚର୍ସ କଲୋନୀରେ ରହୁଥିବା ଡିଇଓ ଅଫିସର କନିଷ୍ଠ କିରାଣୀ ଶଶାଙ୍କ ଶେଖର ସାହୁ ପତ୍ନୀ ତପସ୍ଵିନୀ ଛୋଟ ଝିଅଙ୍କୁ ଧରି ସ୍କୁଲରୁ ଟିଚର୍ସ କଲୋନୀ ସ୍ଥିତ ଘରକୁ ଫେରୁଥିଲେ । ଏହି ସମୟରେ ଘର ପାଖରେ ଥିବା ରାଖୀ ଏଜେନ୍ସିର ଗାଡି ରାସ୍ତାରେ ଥିଲା । ଯାହା ଫଳରେ ରାସ୍ତା ପାରି ହୋଇ ଯିବା ସମ୍ଭବ ହେଉ ନଥିବାରୁ ରାସ୍ତାରୁ ଗାଡି ଉଠାଇବାକୁ ନେଇ ଏଜେନ୍ସିର ମାଲିକଙ୍କୁ ଶଶାଙ୍କ କହିଥିଲେ । ଏହାକୁ ନେଇ ଶଶାଙ୍କଙ୍କ ସହ ଦୋକାନୀଙ୍କ ଯୁକ୍ତି ତର୍କ ହୋଇଥିଲା । ଦୋକାନ ସାମନାରେ ବେପରୁୱା ଗାଡି ପାର୍କିଂକୁ ନେଇ କହିବାରୁ ଦୋକାନ ମାଲିକ ଯୁକ୍ତି ତର୍କ କରୁଥିବା ବେଳେ ଦୋକାନର ଷ୍ଟାଫ୍ ଦଳବଳ ସହ ଆସି ଶଶାଙ୍କ ଏବଂ ତାଙ୍କ ସ୍ତ୍ରୀକୁ ଆକ୍ରମଣ କରି ଦେଇଥିଲେ । ଉଭୟଙ୍କୁ ମାଡ଼ ମାରି ଆହତ କରି ଦେଇଥିଲେ। ଏଥିସହ ଘଟଣା ନେଇ ଥାନାରେ ଜଣାଇଲେ ଦମ୍ପତ୍ତିଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ତପସ୍ଵିନୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଅନୁଗୁଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ରାଖୀ ଏଜେନ୍ସି ଓ ଆଖପାଖରେ ଦୋକାନୀ ମାନେ , ମନ ଇଚ୍ଛା ଗାଡି ପାର୍କିଂ କରୁଥିବାରୁ ଟ୍ରାଫିକ ବ୍ୟବସ୍ଥା ବ୍ୟାହତ ହେବା ସହ ଅନେକ ସମୟରେ ଗଣ୍ଡଗୋଳ ଘଟୁଛି। ଏହା ଉପରେ ପୁଲିସ ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି । Advertisement
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…
ଜେଏସପି ତାପଜ ବିଦ୍ୟୁତ କେନ୍ଦ୍ରରେ ‘ନିରାପତ୍ତା ଏବଂ ସ୍ୱାସ୍ଥ୍ୟ’ କର୍ମଶାଳା ଅନୁଗୋଳ – ଫାକଟ୍ରିସ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ଅନୁଗୋଳ ପକ୍ଷରୁ ଏକ ଡିଭିଜନ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଅଛି…
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…