ଅପରାଧ ଗାଁ ସଭାପତି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ଗ୍ରାମର ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କ୍ଷେତା ଗ୍ରାମର ଦ୍ବାରି ଭୋଇକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ , ୨୦୧୯ ମସିହା ନଭେମ୍ବର ୧୩ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାଁରେ ବୈଠକ ଚାଲିଥିବା ବେଳେ ବୈଠକ ମଝିରେ ଗାଁ ସଭାପତି ବରଜୁ ପ୍ରଧାନଙ୍କ ବେଳକୁ ଛୁରୀ ଭୁସି ଦ୍ଵାରି ହତ୍ୟା କରିଥିଲା । ଘଟଣା ଘଟିବା ଦିନ ଅଭିଯୁକ୍ତ ଦ୍ଵାରି ଓ ସେହି ଗ୍ରାମର ଜୁନା ପ୍ରଧାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗ୍ରାମର ଜଣେ ଲୋକଙ୍କ ଘରୁ କାଠ ଚୋରି କରିବାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ । ବିବାଦ ଉଗ୍ର ରୂପ ନେଇଥିଲା । ତେଣୁ ସମାଧାନ ପାଇଁ ଅପରାହ୍ନରେ ଗାଁ ସଭାପତି ବରକୁ ପ୍ରଧାନ ଉଭୟଙ୍କୁ ଡକାଇଥିଲେ । ଉଭୟଙ୍କ ପକ୍ଷ ଶୁଣି ବରଜୁ ଫଏସଲା କରିଥିଲେ । ମାତ୍ର ତାଙ୍କ ଫସଲାରେ ଖୁସି ନ ହୋଇ ଦ୍ଵାରି ରାଗି ଯାଇ ପକେଟ୍ରେ ଆଣିଥିବା ଛୁରୀକୁ ବରଜୁଙ୍କ ବେକକୁ ଭୁସି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ବରଜୁଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଦ୍ବାରି ସେଠାରୁ ଫେରାର ହୋଇଯାଇଥିଲା । ମୃତ ବରଜୁଙ୍କ ପତ୍ନୀ ପୁନି ପ୍ରଧାନ ଏନେଇ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ କେସ୍ ନଂ ୬୨/୧୯ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ମୋଟ୍ ୧୫ କଣଙ୍କ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ରଞ୍ଜିତ ଜ୍ୟୋତିଷି ଅଭିଯୁକ୍ତ ଦ୍ବାରିକୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ବିଶ୍ୱଜିତ ବରାଳ ଏହି ମାମଲା ପରିଚାଳନା କରୁଥିଲେ । Advertisement
ଜାଲ ଇନଷ୍ଟାଗ୍ରାମରେ ମହିଳାଙ୍କ ଅଶ୍ଲିଳ ଫଟୋ ଦେଇ ଗିରଫ ହେଲେ ଯୁବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଥାନା ଅଞ୍ଚଳର ଜଣେ ୨୭ ବର୍ଷର ମହିଳାଙ୍କ ନାମରେ ଜାଲ ଇନଷ୍ଟାଗ୍ରାମ ଆଇଡି ଖୋଲି ଅଶ୍ଳିଳ ଭିଡିଓ ଓ…
ମୋବାଇଲ ଚୋର ଧରିବାକୁ ଯିବା ବେଳେ ପୁଲିସକୁ କାମୁଡି ଦେଲା – ୨ ଗିରଫ ପାଲଲହଡ଼ା – ଏକ ଚୋରା ମୋବାଇଲ କିଣିଥିବା ଜଣେ ଯୁବକକୁ ଧରିବାକୁ ଯାଇ ପୁଲିସକୁ ହଟହଟା ହେବା ସହ ଉକ୍ତ ଯୁବକଙ୍କ ଆକ୍ରମଣରେ ଲହୁଲୁହାଣ ହେବାକୁ ପଡିଛି…
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଥାନା ରାଜକିଶୋରପଡ଼ାଠାରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜକିଶୋର ପଡ଼ାର ପ୍ରସନ୍ନ କୁମାର…