ରାଜନୀତି ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ Angul OnlineNovember 29, 2022November 29, 2022 ଅନୁଗୁଳ – ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ ମହାପାତ୍ର ବୈଠକରେ ଯୋଗ ଦେଇ କର୍ମକର୍ତ୍ତାଙ୍କ କାର୍ଯ୍ୟର ମୂଲ୍ୟାୟନ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ଗଠିବା ସହ ହାତମୁଠାକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିଜେଡି ସରକାର ବିରୁଦ୍ଧରେ ଜନ ଅସନ୍ତୋଷ ରହିଛି । ଶିକ୍ଷା , ସ୍ୱାସ୍ଥ୍ୟ , ବିଦ୍ୟୁତ୍ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବାକୁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ ଦେଇଛନ୍ତି । ରାଜ୍ୟର ୧୨୨ଟି ନିର୍ବାଚନ ମଣ୍ଡଳୀରେ ଦଳର ବୈଠକ ଅନୁଷ୍ଠିତ ହୋଇସାରିଛି । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଦଳର ଏହା ୧୨୩ତମ ବୈଠକ । ଆଗକୁ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆପର ଅନୁଗୁଳ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ପଣ୍ଡା , ଜିଲ୍ଲା ପ୍ରଭାରୀ ଅମୀୟ ପଟ୍ଟନାୟକ , ଜିଲ୍ଲା ସଙ୍ଗଠକ ସତ୍ୟବାଦୀ ନାହାକ , ସମେତ ୫୦ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ । Advertisement
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…