ଆଞ୍ଚଳିକ ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ Angul OnlineDecember 24, 2021December 24, 2021 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଆଜି ପୂର୍ବାହ୍ନରେ ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ସ୍ବର୍ଗତ ନନ୍ଦଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ନନ୍ଦଙ୍କୁ ଜଣେ ସ୍ପଷ୍ଟବାଦୀ, ବନ୍ଧୁବତ୍ସଳ, ସରଳ, ନିର୍ଭିକ ପରୋପକାରୀ ଭାବେ ସମାଜରେ ପରିଚିତ ଥିଲେ ବୋଲି କହି ବହୁ ବକ୍ତା ତାଙ୍କର ଗୁଣଗାନ କରିଥିଲେ । ଉକ୍ତ ଶୋକସଭାରେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ଦେବତା, ସୁଶିଲ ପ୍ରଧାନ, ବୈଷ୍ଣବ ପାତ୍ର, ଧର୍ମେନ୍ଦ୍ର ନାଥ ମିଶ୍ର, ଅମୂଲ୍ୟ ବେହେରା, ପ୍ରଶାନ୍ତ ରଥ, ଧୃବ ଚରଣ ସାହୁ, ଗୋପାଳ ନାଥ ପ୍ରମୁଖ ସ୍ବର୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଆତ୍ମାର ସମ୍ମାନାର୍ଥେ ଆଜି ପାଇଁ ସମସ୍ତ କଚେରୀ କାର୍ଯ୍ୟକୁ ଓକିଲମାନେ ବନ୍ଦ ରଖିଥିଲେ । ଶେଷରେ ସଂପାଦକ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…
ମା’ଙ୍କୁ ମେଲାଣି – ଭକ୍ତିମୟ ପରିବେଶରେ ମା’ ଲକ୍ଷ୍ମୀଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ଅନୁଗୁଳ – ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ । ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମେଲାଣି ନେଲେ ମା । ଶିଳ୍ପସମୃଦ୍ଧ ଅନୁଗୁଳ ସହରରେ…
ବରିଷ୍ଠ କିରାଣୀଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ…