ଆଞ୍ଚଳିକ ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ Angul OnlineDecember 24, 2021December 24, 2021 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଆଜି ପୂର୍ବାହ୍ନରେ ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ସ୍ବର୍ଗତ ନନ୍ଦଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ନନ୍ଦଙ୍କୁ ଜଣେ ସ୍ପଷ୍ଟବାଦୀ, ବନ୍ଧୁବତ୍ସଳ, ସରଳ, ନିର୍ଭିକ ପରୋପକାରୀ ଭାବେ ସମାଜରେ ପରିଚିତ ଥିଲେ ବୋଲି କହି ବହୁ ବକ୍ତା ତାଙ୍କର ଗୁଣଗାନ କରିଥିଲେ । ଉକ୍ତ ଶୋକସଭାରେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ଦେବତା, ସୁଶିଲ ପ୍ରଧାନ, ବୈଷ୍ଣବ ପାତ୍ର, ଧର୍ମେନ୍ଦ୍ର ନାଥ ମିଶ୍ର, ଅମୂଲ୍ୟ ବେହେରା, ପ୍ରଶାନ୍ତ ରଥ, ଧୃବ ଚରଣ ସାହୁ, ଗୋପାଳ ନାଥ ପ୍ରମୁଖ ସ୍ବର୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଆତ୍ମାର ସମ୍ମାନାର୍ଥେ ଆଜି ପାଇଁ ସମସ୍ତ କଚେରୀ କାର୍ଯ୍ୟକୁ ଓକିଲମାନେ ବନ୍ଦ ରଖିଥିଲେ । ଶେଷରେ ସଂପାଦକ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…
ବିଜୁ ଯୁବ ଜନତା ଦଳ ଦ୍ବାରା ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ ଅନୁଗୁଳ – ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ବ୍ଲକ ଅନ୍ତର୍ଗତ…
ବଢୁଛି ସଂକ୍ରମଣ – ଶିକ୍ଷକ ମଧ୍ୟ ବୁଲି ବୁଲି କରିବେ ସଚେତନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଲକଡାଉନ ଓ ସପ୍ତାହନ୍ତ ସଟଡାଉନ କରାଯାଇଥିବା ବେଳେ ଅନେକ ଅମାନିଆ ଏହାକୁ ମାନୁ…