ମୁଖ୍ୟ ଖବର ପୁଣି ଏକ ଦନ୍ତା ହାତୀ ମୃତ Angul OnlineDecember 10, 2022December 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର ମୃତ୍ୟୁ ହୋଇଥିବା ଯୋଗୁଁ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ପରା ଗାଁ ନିକଟରେ ଏକ ଦନ୍ତା ହାତୀ ମରି ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଧ୍ୟାରେ ଗାଁ ଲୋକ ଏହା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା କହୁଥିବା ବେଳେ ବନ ବିଭାଗ ହାତୀ ମୃତ୍ୟୁର କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ ସୂଚନା ଦେଇ ନାହିଁ । ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପ୍ରଥମେ ଲୋକଙ୍କୁ ଘଉଡାଇବା ସହ କପଡା ଘେର ମାରି ତଦନ୍ତ କରୁଛି । ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଜରପଡା ବନାଞ୍ଚଳ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ହାତୀ ମରି ପଡିବା ଆଉ ବନ ବିଭାଗ ନ ଜାଣି ପାରିବା ଏବେ ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…