ମୁଖ୍ୟ ଖବର ପୁଣି ଏକ ଦନ୍ତା ହାତୀ ମୃତ Angul OnlineDecember 10, 2022December 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର ମୃତ୍ୟୁ ହୋଇଥିବା ଯୋଗୁଁ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ପରା ଗାଁ ନିକଟରେ ଏକ ଦନ୍ତା ହାତୀ ମରି ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଧ୍ୟାରେ ଗାଁ ଲୋକ ଏହା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା କହୁଥିବା ବେଳେ ବନ ବିଭାଗ ହାତୀ ମୃତ୍ୟୁର କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ ସୂଚନା ଦେଇ ନାହିଁ । ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପ୍ରଥମେ ଲୋକଙ୍କୁ ଘଉଡାଇବା ସହ କପଡା ଘେର ମାରି ତଦନ୍ତ କରୁଛି । ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଜରପଡା ବନାଞ୍ଚଳ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ହାତୀ ମରି ପଡିବା ଆଉ ବନ ବିଭାଗ ନ ଜାଣି ପାରିବା ଏବେ ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ସାବଧାନ ଗାଡି ଚାଳକ-ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଜଗିବ ଇଣ୍ଟରସେପଟର ଅନୁଗୁଳ – ଜାତୀୟ ରାଜପଥରେ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଇଣ୍ଟରସେପଟର । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ।…
ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଭୋରରୁ ଅଙ୍ଗାରବନ୍ଧ , ଛେଳିଆପଡା ଓ ବାରସିଂହା ଗାଁ ଭଳି ଭିନ୍ନ…
ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ…