ମୁଖ୍ୟ ଖବରସମସ୍ୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ Angul OnlineJanuary 29, 2021January 29, 2021 ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ତାଙ୍କ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି । ୨୦୧୯ ମସିହା ଜାନୁୟାରୀ ୨୦ ତାରିଖରେ କାଙ୍ଗୁଲା ଗାଁର ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅକୁ ଏକୁଟିଆ ପାଇଁ ଗାଁ ମଶାଣିରେ ଅଭିଯୁକ୍ତ ଅନାମ ଦେହୁରୀ ପ୍ରଥମେ ଦୁଷ୍କର୍ମ ପରେ ପଥରେ ଛେଚି ହତ୍ୟା ଓ ପରେ ପୁଣି ଦୁଷ୍କର୍ମ କରିଥିଲା । ସେହି ଘଟଣାରେ ଅଭିଯୁକ୍ତ ଅନାମକୁ ପୋଲିସ କଲିକତାରୁ ଗିରଫ କରିବା ସହ ମାମଲାର ଗୁରୁତ୍ୱକୁ ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲା । ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୩୬ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଥିଲେ । ଏହି ମାମଲା ପୁନଃବିଚାର ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟ ଫାଶୀଦଣ୍ଡକୁ ରଦ୍ଦ କରିବା ସହ ମାମଲାର ପୁନଃବିଚାର ପାଇଁ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଅନାମକୁ ପୂର୍ବ ରାୟ ଅନୁସାରେ ଫାଶୀ ଦଣ୍ଡ ଦିଆଯାଉ ବୋଲି ପରିବାର ନିବେଦନ କରିଛନ୍ତି । ଏହା ନହେଲେ ସମାଜରେ ଏଭଳି ଘଟଣା ଆହୁରି ଘଟିବ ଓ ଅଭିଯୁକ୍ତ ମାନେ ଆଇନକୁ ମାନିବେ ନାହିଁ ବୋଲି କୋହଭରା କଣ୍ଠରେ ନିବେଦନ କରିଛନ୍ତି ମୃତ ନାବାଳିକାର ପରିବାର । ଏହା ନ ହେଲେ ସେମାନେ ପରିବାର ସହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ତାଙ୍କ କହିବା କଥା ତାଙ୍କ ଝିଅକୁ ଯେଉଁଭଳି ଜଘନ୍ୟ ଭାବେ ହତ୍ୟା କରାଯିବା ସହ ଦୁଷ୍କର୍ମ କରା ଯାଇଥିଲା , ସେଥିରେ ଅଭିଯୁକ୍ତକୁ ଫାଶୀ ମିଳିଲେ ହିଁ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ । Advertisement
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…
ସାମୁହିକ ଛୁଟିରେ ଗଲେ ଅନୁଗୁଳର ସମସ୍ତ ଓଏଏସ୍ ଏବଂ ଓଆରଏସ୍ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀମାନେ ଆଜି (ମଙ୍ଗଳବାର) ଠାରୁ ସାମୂହିକ ଛୁଟିରେ ରହିଛନ୍ତି । ଭୁବନେଶ୍ବରରେ ବରିଷ୍ଠ ପ୍ରାଶାସନିକ ଅଧିକାରୀ…